ବୁଦ୍ଧ ଆର୍ଟ ଗ୍ୟାଲେରୀରେ ଚିତ୍ରଶିଳ୍ପୀ ଉଷାରାଣୀ ମିଶ୍ର ଓ ସୁଚେତା ପ୍ରୀୟବାଦିନିଙ୍କ ଚିତ୍ରକଳା ପ୍ରଦର୍ଶନୀ

0
111

ଭୁବନେଶ୍ଵର,୦୮/୧୦,(ଜେଏନ୍ଏସ୍) ଭୁବନେଶ୍ୱର ସ୍ଥିତ ବୁଦ୍ଧ ଆର୍ଟ ଗ୍ୟାଲେରୀ ରେ ବାଙ୍ଗାଲୋର ରୁ ଆସିଥିବା ସ୍ୱନାମଧନ୍ୟ ଚିତ୍ର ଶିଳ୍ପୀ ଉଷାରାଣୀ ମିଶ୍ର ଓ ସୁଚେତା ପ୍ରୀୟବାଦିନି ଉଭୟଙ୍କ ସ୍ୱନିର୍ମିତ ଶହେ ରୁ ଉର୍ଦ୍ଧ୍ୱ  ଅନେକ ଚିତ୍ରକଳା ପ୍ରଦର୍ଶିତ ହୋଇଛି। ପଦ୍ମଶ୍ରୀ ଦେବୀ ପ୍ରସନ୍ନ ପଟ୍ଟନାୟକ, ସୌମ୍ୟ ରଂଜନ ପଟ୍ଟନାୟକ ଓ ଚିତ୍ରଶିଳ୍ପୀ ପଦ୍ମଶ୍ରୀ ଗୁରୁ ବିନୋଦ ମହାରଣା ଙ୍କ ଦ୍ଵାରା ଉଦ୍ଘାଟିତ ହୋଇ ଯାଇଛି ।

ଦ୍ଵିତୀୟ ସନ୍ଧ୍ୟାରେ ସମ୍ବାଦ ସମ୍ପାଦିକା ତଥା କନକ ନ୍ୟୁଜର ଏକ୍ଜିକ୍ୟୁଟିଭ ଡାଇରେକ୍ଟର ତନୟା ପଟ୍ଟନାୟକ, ଜୟଶ୍ରୀ ପଟ୍ଟନାୟକ, ତାଏକୋଣ୍ଡୋ ଏକାଡେମି ରୁ ସୁଦିପ୍ତା ନନ୍ଦ, ପୁନେ ରୁ ମୋନାଲିସା ମେହେତା, ପ୍ରିତି ପ୍ରୟୂସା, ଵମ୍ବେ ରୁ ତେଜସ୍ୱୀ  ଖାନଭିଲ୍ କର,  ଡାଇରେକ୍ଟର କଳାନିର୍ବାଣ ଇନ୍ଟରନାଶନାଲ ରୁ ଆଶୀସ  ପହି ତଥା ଅନ୍ୟ ପରିଦର୍ଶକମାନଙ୍କ ମନ ଉପରେ ଚିତ୍ର ଗୁଡ଼ିକର ପ୍ରଭାବ ପଡ଼ିଥିଲା ।

 ସେମାନେ ପ୍ରତ୍ୟେକଟି ଚିତ୍ର ବୁଲି ଦେଖିଥିଲେ, ତନ୍ମଧ୍ୟରୁ କିଛି ବିକ୍ରି ପାଇଁ ମଧ୍ୟ ଉପଲବ୍ଧ। ଅତିଥି ଗଣ ଚିତ୍ରକର ମାନଙ୍କୁ ଉତ୍ସାହିତ କରିବା ସହ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ ।ଏହି କାର୍ଯ୍ୟକ୍ରମ ୧୩ ଅକ୍ଟୋବର ପର୍ଯ୍ୟନ୍ତ ଚାଲିବ।

LEAVE A REPLY

Please enter your comment!
Please enter your name here