ଅରବିନ୍ଦ ଦାସ ଓଡ଼ିଶା ପ୍ରଦେଶ କଂଗ୍ରେସ ର ପ୍ରଚାର ବିଭାଗ ଅଧ୍ୟକ୍ଷ ନିଯୁକ୍ତ

ଭୁବନେଶ୍ୱର(ଜେଏନ୍ଏସ୍),୦୮/୦୭/୨୫: ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ଗଣମାଧ୍ୟମ, ଯୋଗାଯୋଗ ଓ ପ୍ରଚାର ବିଭାଗର ନୂତନ ଅଧ୍ୟକ୍ଷ ଭାବରେ ଅରବିନ୍ଦ ଦାସ ଙ୍କୁ ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେ ନିଯୁକ୍ତ କରିଛନ୍ତି।କଲେଜ ଜୀବନରେ ଛାତ୍ରନେତା ଥିବା ଶ୍ରୀ ଦାସ ବଲାଙ୍ଗିର ରାଜେନ୍ଦ୍ର କଲେଜ ଛାତ୍ରସଂସଦର ସାଧାରଣ ସଂପାଦକ ନିର୍ବାଚିତ ହୋଇଥିଲେ। ୧୯୮୮ରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଏମ୍ଏ ପାସ କରିବା ପରେ ରାଜେନ୍ଦ୍ର କଲେଜରେ ଏକ ଦଶନ୍ଧିରୁ ଊର୍ଦ୍ଧ୍ବ କାଳ ଅଧ୍ୟାପନା କରିଥିଲେ। ପରବର୍ତ୍ତୀ ସମୟରେ ଦୈନିକ ଖବର କାଗଜ ‘ସମ୍ବାଦ’ର ବାର୍ତ୍ତା ସମ୍ପାଦକ ଭାବେ ଦାୟିତ୍ୱ ତୁଲାଇଥିଲେ । ଶ୍ରୀ ଦାସ ଏକାଧାରରେ ଜଣେ ସୁବକ୍ତା, ସ୍ତମ୍ଭକାର, ଭାଷ୍ୟକାର, କ୍ରୀଡାବିତ ଓ କ୍ରୀଡା ସଂଗଠକ ଭାବରେ ବେଶ ପରିଚିତ। ଗତ ମାସରେ ସେ କଂଗ୍ରେସରେ ଯୋଗଦେବା ପରେ ବର୍ତ୍ତମାନ ଦଳ ପକ୍ଷରୁ ତାଙ୍କୁ ଏହି ପଦବୀରେ ନିଯୁକ୍ତ କରାଯାଇଛି।ଏହି ନିଯୁକ୍ତି ପାଇଁ ଶ୍ରୀ ଦାସ ଏଆଇସିସି ସଭାପତି ଶ୍ରୀ ଖଡଗେ, ଲୋକସଭା ବିରୋଧୀଦଳ ନେତା ରାହୁଲ ଗାନ୍ଧୀ, ପ୍ରଦେଶ କଂଗ୍ରେସ କମିଟିର ସଭାପତି ଭକ୍ତ ଚରଣ ଦାସ, ଓଡ଼ିଶା ପ୍ରଭାରୀ ଅଜୟ କୁମାର ଲଲ୍ଲ ପ୍ରମୁଖଙ୍କୁ ଗଭୀର କୃତଜ୍ଞତା ଜ୍ଞାପନ କରିଛନ୍ତି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe
- Advertisement -spot_img

Latest Articles