ଘୁମୁରା ମହୋତ୍ସବରେ ଆଶା ଅନୁଷ୍ଠାନ ସମ୍ବର୍ଦ୍ଧିତ ।

0
55

ଟିଟିଲାଗଡ଼,୨୦/୦୧/୨୦୨୫,(ଜେଏନ୍ଏସ୍),କୃଷି ଓ କୃଷକଙ୍କ ପାଇଁ ଉଲ୍ଲେଖନୀୟ କାର୍ଯ୍ୟ ତୁଲାଇଥିବା ବେସରକାରୀ ଅନୁଷ୍ଠାନ ‘ଆଶା’ କୁ କଳାହାଣ୍ଡି ଘୁମୁରା ଉତ୍ସବରେ ସମ୍ବର୍ଦ୍ଧିତ କରାଯାଇଛି । ‘ଆଶା’ ଅନୁଷ୍ଠାନ ଦ୍ଵାରା କାର୍ଯ୍ୟରତ ହରୀୟାଲି ପ୍ରକଳ୍ପକୁ ବେଶ ସଫଳତା ମିଳିଥିବା ବେଳେ ଏହା ଚାଷୀଙ୍କ ଦ୍ଵାରା ଆଦୃତ ହୋଇଛି । ଏହି ପ୍ରକଳ୍ପ ଅନ୍ତର୍ଗତ ଅଞ୍ଚଳର ବିଭିନ୍ନ ପାରମ୍ପାରିକ ଖାଦ୍ୟଶସ୍ୟକୁ ପ୍ରକ୍ରିୟାକରଣ କରି ଏହାର ବିକ୍ରୟ ଉପରେ ଗୁରୁତ୍ୱ ଦେବା ସହ ଅଞ୍ଚଳର ଚାଷୀଙ୍କୁ ଅଧିକ ଲାଭ ପ୍ରଦାନ କରାଯିବା ଓ ସେମାନଙ୍କୁ ସ୍ଵାବଲମ୍ବୀ କରାଯିବା ମୁଖ୍ୟ ଉଦ୍ଦେଶ୍ୟ ରହିଛି । ଏହି ପ୍ରକଳ୍ପ ପାଇଁ ଅନୁଷ୍ଠାନର ସମ୍ପାଦକ ସଂଜୀବ ପଟ୍ଟନାୟକଙ୍କୁ ମାନପତ୍ର ଓ ଉପଢୌକନ ଦେଇ ଘୁମୁରା ମହୋତ୍ସବରେ ସମ୍ମାନିତ କରାଯାଇଛି । ବିଭିନ୍ନ କୃଷି ସଙ୍ଗଠନ ଓ କୃଷକ କମ୍ପାନୀ ପକ୍ଷରୁ ‘ଆଶା’ ଅନୁଷ୍ଠାନକୁ ଶୁଭେଚ୍ଛା ପ୍ରଦାନ କରାଯାଇଛି ।

LEAVE A REPLY

Please enter your comment!
Please enter your name here