ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ପଦ ଛାଡ଼ିଲେ ଅସିତ ତ୍ରିପାଠୀ

0
109

ଟିଟିଲାଗଡ଼,୧୭/୦୮(ଜେଏନ୍ଏସ୍): ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି । ରାଜ୍ୟରେ ନୂଆ ସରକାର ଆସିବା ପରେ ପ୍ରଶାସନିକ ସ୍ତରରେ ଅନେକ ଅଦଳ ବଦଳ କରାଯାଇଥିବା ବେଳେ ଅସିତଙ୍କ ପଦ ଛାଡ଼ିବାକୁ ନେଇ ମଧ୍ୟ ବିଭିନ୍ନ ଚର୍ଚ୍ଚା ଲାଗିରହି ଥିଲା ।୧୯୮୬ ବ୍ୟାଚ ଆଇଏଏସ୍ ଅଫିସର ଶ୍ରୀ ତ୍ରିପାଠୀ ରାଜ୍ୟ ମୁଖ୍ୟ ଶାସନ ସଚିବ ଓ ମୁଖ୍ୟ ମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶ ଦାତା ଭାବରେ କାର୍ଯ୍ୟ ତୁଲାଇଥିଲେ । ଗତ ସରକାରରେ ସେ ୨୦୨୦ ଡିସେମ୍ବରରୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଭାବରେ ନିଯୁକ୍ତି ପାଇଥିଲେ । ସେ ନିଜ ପଦବୀରୁ ଇସ୍ତଫା ଦେବା ପରେ ରାଜ୍ୟ ସରକାର ତାହାକୁ ଗ୍ରହଣ କରିଥିବା ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here