ମୁକ୍ତିଲାଭ କଲା ସମ୍ବଲପୁରୀ ସର୍ଟଫିଲ୍ମ “ଆସମାନତାରା”

0
119

ବାଲାଙ୍ଗୀର,(ଜେଏନ୍ଏସ୍), ଆର.କେ.ମିଡିଆ ପ୍ରସ୍ତୁତ ନାଟ୍ୟକାର ଚନ୍ଦ୍ରାବତୀ ପାଣ୍ଡେଙ୍କ ଲିଖିତ, ନିର୍ଦ୍ଦେଶିତ ଓ ଅଭିନୀତ ସମ୍ବଲପୁରୀ ସର୍ଟଫିଲ୍ମ ‘ଆସମାନତାରା’ ଇତିମଧ୍ୟରେ ମୁକ୍ତିଲାଭ କରି ଦର୍ଶକଙ୍କ ଦ୍ୱାରା ଆଦୃତ ହୋଇଛି । ୟୁଟୁବରେ ଅପଲୋଡ ହୋଇଥିବା ଏହି ଫିଲ୍ମକୁ ଖୁବ ଲୋକଆଦୃତି ମିଲୁଛି । ସମାଜରେ ଥିବା ଜାତିସମାଜର ବିଧିବ୍ୟବସ୍ଥା ସାଙ୍ଗକୁ ଗରିବ ପରିବାରକୁ କିଭଳି ଏହା ନିଃଶେଷ କରିଦେଇଥାଏ ସେହି ବିଷୟବସ୍ତୁ ଉପରେ ପର୍ଯ୍ୟବେଷିତ ଏହି ସର୍ଟଫିଲ୍ମ ନିର୍ମାଣ କରାଯାଇଛି । “ଆସମାନତାରା”ଏକ ଶାଢୀ ଯାହାକି ପଶ୍ଚିମଓଡିଶାର ଘରେ ଘରେ ମହିଳାଙ୍କ ପସନ୍ଦ ହୋଇଥାଏ। ମେହେର ସମ୍ପ୍ରଦାୟ ପକ୍ଷରୁ ହାତବୁଣା ଏହି ଶାଢୀ ମହିଳାଙ୍କ ଖୁବ ପସନ୍ଦ । ଫିଲ୍ମରେ ଜଣେ ସ୍ୱାମୀ ତା ସ୍ତ୍ରୀକୁ ଖୁସି ଦେଖିବା ପାଇଁ ତାର ସବୁ ସଂଗୃହୀତ ଟଙ୍କା ଶାଢୀ କିଣିବାରେ ଖର୍ଚ୍ଚ କରିଦିଏ । ପରେ ବିଲକୁ କାମ କରିବାକୁ ଯାଇ ମୃତ୍ୟୁବରଣ କରେ । ପତ୍ନୀ ତା’ ସ୍ୱାମୀଙ୍କ ଦ୍ୱାରା ପ୍ରଦତ୍ତ ସେହି  ମନପସନ୍ଦର ଶାଢୀକୁ ସ୍ୱାମୀର ଶୁଦ୍ଧିକ୍ରିୟାରେ ଖର୍ଚ୍ଚ କରିବାକୁ ବନ୍ଧକ ଦିଏ। ମଣିଷ ଅଭାବ ସମୟରେ ଜମି,ସୁନା ବନ୍ଧକ ରଖିଥାଏ । କିନ୍ତୁ ତାର ଶାଢୀକୁ ଶେଷରେ କିଭଳି ବନ୍ଧକ ଦେବାକୁ ପଡ଼େ ତାହାର ଏକ ନିଖୁଣ ଚିତ୍ର ଏହି ସର୍ଟଫିଲ୍ମରେ ପ୍ରଦର୍ଶିତ ହୋଇଛି । ତେବେ, ସବୁଠୁ ବଡ଼ ହୃଦୟ ବିଦାରକ ଦୃଶ୍ୟ ଆମ ସମାଜିକ ବ୍ୟବସ୍ଥାରେ କିଭଳି ଜାତିସମାଜ ଗୋଟିଏ ପରିବାରର ଅସହାୟତାକୁ ଦୃଷ୍ଟି ନଦେଇ ସେହି ସମୟରେ ଜାତି ଶୁଦ୍ଧି କରିବାକୁ କିଭଳି ଶୋଷଣ କରିଥାନ୍ତି ତାକୁ ନିଖୁଣ ଭାବରେ ଫିଲ୍ମଟିରେ ପ୍ରଦର୍ଶିତ ହୋଇଛି । ମେଣ୍ଡା ଗାଁର ଗୋବିନ୍ଦ ଦଣ୍ଡସେନା ଏହି ଫିଲ୍ମର ପ୍ରୟୋଜକ ଥିବା ବେଳେ ତାଙ୍କ ପତ୍ନୀ ନାଟ୍ୟକାର ଚନ୍ଦ୍ରାବତୀ ପାଣ୍ଡେ ଫିଲ୍ମରେ ଅଭିନୟ ସହ ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି । ଆର.କେ.ମିଡିଆ ପ୍ରସ୍ତୁତ ଏହି ଫିଲ୍ମରେ ଅନ୍ୟମାନଙ୍କ ମଧ୍ୟରେ ଲକ୍ଷ୍ମୀ ବରାଇ,ନାରାୟଣ ମହାକୁର,ସୁବର୍ଣ୍ଣା ସାହୁ,ଫିରୋଜ ଦାସ,ଅବିନାଶ ଝାଙ୍କର,ଉମେଶ ପଧାନ,ପ୍ରଶାନ୍ତ ପଧାନ,ମାନସୀ ଭୁଏ,ସୁଭାଷ ଚିନ୍ଦା,ତ୍ରୀନାଥ ମହାକୁର,ଶିଶୁ କଳାକାର ଭାବେ ମେଣ୍ଡା ଦ୍ସ୍‌ତୀ ଶିଶୁବିଦ୍ୟାମନ୍ଦିରର ପିୟୁଷ ମହାକୁର,ପ୍ରୀୟାଂଶୁ ଶେଖର ପଣ୍ଡା,ସିଦ୍ଧିବିନାୟକ ପଧାନ,ଶାଳିନୀ ମିଶ୍ର,ମେଣ୍ଡା ଏମବିଆର କଲେଜର ଯୁକ୍ତଦୁଇର ଛାତ୍ରୀ ସିନ୍ଧୁସୁତା କୁଅଁର ଅଭିନୟ କରିଛନ୍ତି । ସେହିପରି ପ୍ରକାଶଚନ୍ଦ୍ର ସାହୁ ଏଥିରେ କଳାନିର୍ଦ୍ଦେଶନା ଦେଇଥିବା ବେଳେ ସୌମ୍ୟରଂଜନ ରଣା ସିନେମେଟୋଗ୍ରାଫି, ଏଡିଟିଂ ଓ ସାଉଣ୍ଡରେ ସହଯୋଗ କରିଛନ୍ତି ।

LEAVE A REPLY

Please enter your comment!
Please enter your name here