ଲାୟନ୍ସ କ୍ଲବ ପକ୍ଷରୁ ସଚେତନା ଶୋଭାଯାତ୍ରା

0
26

ଟିଟିଲାଗଡ଼,୧୨/୦୭/୨୦୨୫(ଜେ.ଏନ୍.ଏସ୍.),ଟିଟିଲାଗଡ଼ ଲାୟନ୍ସ୍ କ୍ଲବ ପକ୍ଷରୁ ବିଶ୍ଵ ଜନସଂଖ୍ୟା ଦିବସ ଅବସରରେ ଏକ ସଚେତନା ଶୋଭାଯାତ୍ରା ଅନୁଷ୍ଠିତ ହୋଇ ଯାଇଛି । ଶାଖା ସଭାପତି ସଞ୍ଜୟ ସୋନିଙ୍କ ସଂଯୋଜନାରେ ଆୟୋଜିତ    କାର୍ଯ୍ୟକ୍ରମରେ ପୌର ଅଧ୍ୟକ୍ଷା ମମତାଦେବୀ ଜୈନ ମୁଖ୍ୟଅତିଥି ଭାବରେ ଯୋଗଦେଇ ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ସ୍ଥାନୀୟ ଜୈନ ଭବନ ପରିସରରୁ ଏହି ଶୋଭାଯାତ୍ରା ବାହାରି “ହାମ ଦୋ ହମାରେ ଦୋ” ସଚେତନତାର ନାରା ଦେଇ ସହର ପରିକ୍ରମା କରିଥିଲା । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସଂଘ ସମ୍ପାଦକ ପଙ୍କଜ ନାମଦେବ, ଲାୟନ ଅସୀମ କୁଣ୍ଡୁ, ବିନୟ କୁମାର ଜୈନ, ସନ୍ତୋଷ ନାୟକ, ପୂର୍ବତନ ଡିଷ୍ଟିକ ଗଭର୍ଣ୍ଣର ଯମୁନା ପ୍ରସାଦ ଗୋୟଲ୍, ପୂର୍ବତନ ସଭାପତି ଶମ୍ଭୁ ଗୋୟଲ, ପ୍ରକଳ୍ପ ନିର୍ଦ୍ଦେଶକ ସନ୍ତୋଷ ମହାନ୍ତି ପ୍ରମୁଖଙ୍କ ସହ ବିଭିନ୍ନ ସାମାଜିକ ଅନୁଷ୍ଠାନର ପ୍ରତିନିଧି ଉପସ୍ଥିତ ଥିଲେ । 

LEAVE A REPLY

Please enter your comment!
Please enter your name here