କେମିଷ୍ଟ ଏଣ୍ଡ ଡ୍ରଗିଷ୍ଟ ସଂଘ ପକ୍ଷରୁ ସଚେତନା ଶିବିର

ଟିଟିଲାଗଡ,୨୧/୧୧(ଜେଏନଏସ), ଟିଟିଲାଗଡ କେମିଷ୍ଟ ଏଣ୍ଡ ଡ୍ରଗିଷ୍ଟ ସଂଘ ପକ୍ଷରୁ ଶୁକ୍ରବାର ସ୍ଥାନୀୟ ମହାବୀର ପଞ୍ଚାୟତ ଧର୍ମଶାଳା ପରିସରରେ ଏକ ସଚେତନା ଶିବିର ଅନୁଷ୍ଠିତ ହୋଇଯାଇଛି।ସଂଘ ସଭାପତି ଈଶ୍ୱର ଚନ୍ଦ୍ର ଜୈନ ଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମ ରେ ବଲାଙ୍ଗୀର ଭେଷଜ ନିରୀକ୍ଷକ ଉମା ଶଙ୍କର ମେହେର ମୁଖ୍ୟଅତିଥି ଓ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡ଼ ଘନଶ୍ୟାମ ଜୈନ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଔଷଧ ଏବଂ ପ୍ରସାଧନ ସାମଗ୍ରୀ ଅଧିନିୟମ ସମ୍ଵନ୍ଧରେ ଆଲୋକପାତ କରିଥିଲେ। ଶିବିର ଆରମ୍ଭ ରେ ଦିବଂଗତ ଔଷଧ ଦୋକାନୀ ମାନଙ୍କୁ ସଂଘ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା।କାର୍ଯ୍ୟକ୍ରମରେ ବଲାଙ୍ଗୀର ପରିସର -୧ ଅନ୍ତର୍ଗତ ଟିଟିଲାଗଡ,କଣ୍ଟାବାଞ୍ଜି, ବଙ୍ଗୋମୁଣ୍ଡା, ତୁରେକେଲା, ସିନ୍ଧେକେଲା,ମୂରିବାହାଲ ଅଞ୍ଚଳର ଶତାଧିକ ଔଷଧ ଦୋକାନୀ ସାମିଲ ହୋଇଥିଲେ।କାର୍ଯ୍ୟକ୍ରମ ସଂଯୋଜନା ତଥା ପରିଚାଳନା ରେ ଅଙ୍କିତ ଲାଠ,ରାଜେଶ ଜୈନ, ଅମର ଜୈନ,ଭୂପେନ୍ଦ୍ର ଜୈନ,ଗୋବର୍ଦ୍ଧନ ନାଗ ପ୍ରମୁଖ ସହଯୋଗ କରିଥିଲେ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe
- Advertisement -spot_img

Latest Articles