ଟିଟିଲାଗଡ ରେ ହେବ ରାଜ୍ୟ ସ୍ତରୀୟ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ

ଟିଟିଲାଗଡ,୯/୧(ଜେଏନ୍ଏସ),ଟିଟିଲାଗଡ ଲାୟାଂସ ଓ ଲିଓ କ୍ଲବ ଏବଂ ବ୍ୟାଡମିଣ୍ଟନ ଆସୋସିଏସନ୍ ପକ୍ଷରୁ ସ୍ଥାନୀୟ ଇଣ୍ଡୋର ଷ୍ଟାଡିୟମ ପରିସରରେ ଆସନ୍ତା ୧୩ ରୁ ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟ ସ୍ତରୀୟ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହେବାକୁ ଯାଉଛି।ଏହାକୁ ନେଇ ଆୟୋଜକ ଙ୍କ ପକ୍ଷରୁ ଶୁକ୍ରବାର ସନ୍ଧ୍ୟାରେ ଲାୟଂସ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସବିଶେଷ ସୂଚନା ଦିଆଯାଇଛି।ରାଜ୍ୟ ଓ ଜିଲ୍ଲା ବ୍ୟାଡମିଣ୍ଟନ ଆସୋସିଏସନ୍ ଦ୍ଵାରା ଅନୁମୋଦିତ ଏହି ପ୍ରତିଯୋଗିତା ରେ ବର୍ତ୍ତମାନ ସୁଦ୍ଧା ୩୨ ଟି ଦଳ ପଞ୍ଜିକରଣ କରିସାରିଥିବା ବେଳେ ଆଗକୁ ଏହି ସଂଖ୍ୟା ବୃଦ୍ଧି ପାଇବା ନେଇ ଆୟୋଜକ ଙ୍କ ପକ୍ଷରୁ ସୂଚନା ଦିଆଯାଇଛି।ନକ ଆଉଟ୍ ପ୍ରଣାଳୀ ରେ ହେବାକୁ ଥିବା ଏହି ପ୍ରତିଯୋଗିତା ରେ ବିଜେତା ଙ୍କୁ ଟ୍ରଫି ସହ ୨୨, ୨୨୨ ଟଙ୍କା ଓ ଉପ ବିଜେତା ଙ୍କୁ ଟ୍ରଫି ସହ ୧୧,୧୧୧ ଟଙ୍କା ଆର୍ଥିକ ପୁରସ୍କାର ରାଶି ଘୋଷଣା କରାଯାଇଛି।କାର୍ଯ୍ୟକ୍ରମରେ ବଲାଙ୍ଗୀର ସାଂସଦ ସଙ୍ଗୀତା ସିଂ ଦେଓ,କଳାହାଣ୍ଡି ସାଂସଦ ମାଳବିକା ଦେବୀ,ଟିଟିଲାଗଡ ବିଧାୟକ ନବୀନ ଜୈନ,କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ,ବଲାଙ୍ଗୀର ବିଧାୟକ କଳିକେଶ ନାରାୟଣ ସିଂଦେଓ,କଳାହାଣ୍ଡି ବିଧାୟକ ସାଗର ଚରଣ ଦାସ,ଟିଟିଲାଗଡ ପୌର ଅଧ୍ୟକ୍ଷା ମମତା ଦେବୀ ଜୈନ,ପୂର୍ବତନ ମନ୍ତ୍ରୀ ଟୁକୁନି ସାହୁ,ଟିଟିଲାଗଡ ଉପଜିଲ୍ଲାପାଳ ପଦ୍ମନାଭ ସାମନ୍ତରାୟ ପ୍ରମୁଖ ଅତିଥି ବୃନ୍ଦ ଯୋଗଦେବା ନେଇ ସିକୃତି ପ୍ରଦାନ କରିଥିବା ଆୟୋଜକ ଙ୍କ ପକ୍ଷରୁ ସୂଚନା ଦିଆଯାଇଛି।ଆୟୋଜିତ ସାମ୍ବାଦିକ ସମ୍ମିଳନୀ ରେ ଲାୟଂସ କ୍ଲବ ଅଧ୍ୟକ୍ଷ ସଞ୍ଜୟ ସୋନି,ସଚିବ ପଙ୍କଜ ନାମଦେବ,କୋଷାଧ୍ୟକ୍ଷ ବିନୟ ଜୈନ,ପୂର୍ବତନ ଡିଷ୍ଟ୍ରିକ ଗଭର୍ଣ୍ଣର ଯମୁନା ପ୍ରସାଦ ଗୋୟଲ, ଟିଟିଲାଗଡ ବ୍ୟାଡମିଣ୍ଟନ ଆସୋସିଏସନ୍ ଅଧ୍ୟକ୍ଷ ପ୍ରମୋଦ ପ୍ରଧାନ, ଲିଓ କ୍ଲବ ଅଧ୍ୟକ୍ଷ ପ୍ରତ୍ୟୁଷ କୁମାର ସାହୁ,ସଚିଚ ରୋଶନ ଖମାରୀ,କୋଷାଧ୍ୟକ୍ଷ ଶୁଭଦୀପ ସାମନ୍ତ,ପ୍ରକଳ୍ପ ନିର୍ଦ୍ଦେଶକ ନିରୋଜ ପଟ୍ଟନାୟକ,ସଞ୍ଜୟ ବଂଶଲ,ମିଡ଼ିଆ ପ୍ରଭାରୀ ସଞ୍ଜୟ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe
- Advertisement -spot_img

Latest Articles