ବଡ଼ପତ୍ରାପାଲି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

0
41

ଟିଟିଲାଗଡ଼,୨୩/୧୨,(ଜେଏନ୍ଏସ୍),ଟିଟିଲାଗଡ଼ ବ୍ଲକ ନାରେନ ପଞ୍ଚାୟତ ଅନ୍ତର୍ଗତ ବଡ଼ପତ୍ରା ପାଲି ‘ଜୟ ମାଁ ଦକ୍ଷିଣ କାଳୀ ଯୁବକସଂଘ’ ତରଫରୁ ଆୟୋଜିତ କ୍ରିକେଟ ଟୁର୍ଣ୍ଣାମେଣ୍ଟ ରବିବାର ଉଦଯାପିତ ହୋଇଯାଇଛି । ଉଦଯାପନୀ ଉତ୍ସବରେ ବଲାଙ୍ଗିର ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ସାଧାରଣ ସମ୍ପାଦକ ହେମେନ୍ଦ୍ର ନାଥ ହାଁସଦା ମୁଖ୍ୟ ଅତିଥି, ସାଙ୍ଗଠନିକ ସମ୍ପାଦକ ଥବିର ପୁଝାରୀ ଓ ନାଏବ ସରପଞ୍ଚ ଖଗପତି ସେଲମା ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ । ଏହି ଅବସରରେ ବିଜୟୀ ବଡ଼ପତ୍ରାପାଲି ଦଳ ଏବଂ ରନର୍ସ ଅଫ  ଝରିଆଲ ଦଳକୁ ଅତିଥି ବୃନ୍ଦ ଟ୍ରଫି ପ୍ରଦାନ କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟର ଅମ୍ପାୟାର ଗୌର ମାଝୀ ଓ  ମ୍ୟାନ ଅଫ ଦି ମ୍ୟାଚ ଓ ମ୍ୟାନ ଅଫ ଦି ସିରିଜ ଭାବରେ ପ୍ରତାପ ମାଝୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଆୟୋଜକ କମିଟି ସଭାପତି ଲଛମନ ମାଝୀଙ୍କ ସହ ନରସିଂହ ମାଝୀ, ସିଦ୍ଧାନ୍ତ, ମାଝୀ, ନୀଳମଣି ମାଝୀ, କେଶବ ମାଝୀ, ରବୀନ୍ଦ୍ର ମାଝୀ, ପ୍ରତାପ ମାଝୀ ପ୍ରମୁଖ ଖେଳ ପରିଚାଳନାରେ ସହଯୋଗ କରିଥିଲେ । 

LEAVE A REPLY

Please enter your comment!
Please enter your name here