ବଜରଙ୍ଗ ଦଳ ଓଡ଼ିଶା ପଶ୍ଚିମ ପ୍ରାନ୍ତୀୟ ସୌର୍ଯ୍ୟ ପ୍ରଶିକ୍ଷଣ ଶିବିର ଉଦଯାପିତ

0
92

ଟିଟିଲାଗଡ଼ (ଜେଏନ୍ଏସ୍), ଟିଟିଲାଗଡ଼ ଚାରଭଟ୍ଟା ସ୍ଥିତ ଓମଭେଲି ସ୍କୁଲ ପରିସରରେ ସପ୍ତାହବ୍ୟାପି ଚାଲିଥିବା ବଜରଙ୍ଗ ଦକ ପଶ୍ଚିମ ପ୍ରାନ୍ତୀୟ ସୌର୍ଯ୍ୟ ପ୍ରଶିକ୍ଷଣ ବର୍ଗ ଉଦଯାପିତ ହୋଇ ଯାଇଛି।ଚଳିତ ବର୍ଷ ଟିଟିଲାଗଡ ବଜରଙ୍ଗଦଳ ପକ୍ଷରୁ ଆୟୋଜିତ ଏହି ପ୍ରଶିକ୍ଷଣ ଶିବିରରେ ଓଡ଼ିଶା ପଶ୍ଚିମ ପ୍ରାନ୍ତର ୨୨ ଟି ଜିଲ୍ଲା ର ୧୫୦ ଜଣ ସଦସ୍ୟ ଯୋଗଦେଇଥିଲେ । ଶିବିରର ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ମନ୍ତ୍ରୀ ତଥା ପାଟଣାଗଡ଼ ବିଧାୟକ କନକ ବର୍ଦ୍ଧନ ସିଂ ଦେଓ ଯୋଗଦେଇ ପ୍ରଶିକ୍ଷାର୍ଥୀଙ୍କୁ ଉତ୍ସାହିତ କରିଥିଲେ । କାର୍ଯ୍ୟକ୍ରମରେ ସଙ୍ଗଠନର ପ୍ରାନ୍ତ ଧର୍ମଚାର୍ଯ୍ୟ ସମ୍ପର୍କ ପ୍ରମୁଖ ସୁଦର୍ଶନ ଦାସ, ପ୍ରାନ୍ତ ସହ ସଂଯୋଜକ ସୌମ୍ୟ ରଞ୍ଜନ ମିଶ୍ର, ରାମ ନାୟକ, ଜିଲ୍ଲା ମାତୃଶକ୍ତି ପ୍ରମୁଖ ପଦ୍ମିନୀ ବେହେରା, ଜିଲ୍ଲା ସଂଯୋଜକ ରାଜେଶ ପଟ୍ଟନାୟକ, ଜିଲ୍ଲା ସହ ସଂଯୋଜକ ମାନସ ଖଣ୍ଡଗିରି ପ୍ରମୁଖ ସଫଳତାର ସହ ଶିବିର ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here