ତିନି ଦିନିଆ ନୂଆଖାଇ ଛୁଟି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ବଲାଙ୍ଗିର ବିଧାୟକ କଳିକେଶଙ୍କ ଚିଠି

0
67

ବଲାଙ୍ଗିର,୨୩/୦୭ (ଜେଏନ୍ଏସ୍) : ପଶ୍ଚିମ ଓଡିଶାର ମହାନ କୃଷିଭିତ୍ତିକ ଗଣପର୍ବ ନୂଆଖାଇ ପାଇଁ ୩ ଦିନିଆ ଛୁଟି ଘୋଷଣା କରିବାକୁ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂଦେଓ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ନିବେଦନ କରିଛନ୍ତି ।ଗଣପର୍ବ ନୂଆଖାଇ ପାଇଁ ବିଭିନ୍ନ ରାଜ୍ୟ ତଥା ଦେଶବିଦେଶରେ ରହୁଥିବା ଲୋକମାନେ ନିଜ ଜନ୍ମମାଟିକୁ ଆସିଥାନ୍ତି । ଲୋକଙ୍କ ସହିତ ମିଶି ଧୂମଧାମରେ ଏହି ପର୍ବକୁ ପାଳନକରି ଜୁହାର ଭେଟ ହୋଇଥାନ୍ତି । ଭାଇଚାରାର ଏହି ପର୍ବ ପାଇଁ ପଶ୍ଚିମ ଓଡ଼ିଶାବାସୀଙ୍କ ମଧ୍ୟରେ ଉତ୍ସାହ ଉଦ୍ଦୀପନା ଦେଖାଯାଇଥିବା ବେଳେ ଏଥିପାଇଁ ୩ ଦିନ ଛୁଟି ର ଆବଶ୍ୟକତା ରହିଛି।ବିଗତ ବର୍ଷ ମାନଙ୍କରେ ସରକାର ନୂଆଖାଇ ପାଇଁ ମାତ୍ର ଗୋଟିଏ ଦିନ ଛୁଟି ଘୋଷଣା କରିଥିବା ବେଳେ ଏହା ଦୂର ଦୁରାନ୍ତରୁ ଆସୁଥିବା ଲୋକଙ୍କ ପାଇଁ ସମସ୍ୟା ସୃଷ୍ଟି ହୋଇଥାଏ।ତେଣୁ ଗଣେଶ ପୂଜାର ପରଦିନ ପଞ୍ଚମୀ ତିଥିରେ ନୂଆଖାଇ ପାଳନ କରାଯାଉଥିବାରୁ ଗଣେଶ ପୂଜାଠାରୁ ଆରମ୍ଭ କରି ତିନିଦିନ ପର୍ଯ୍ୟନ୍ତ ଛୁଟିଘୋଷଣା କରିବାକୁ କଳିକେଶ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଦାବି କରିଛନ୍ତି । 

LEAVE A REPLY

Please enter your comment!
Please enter your name here