ଟିଟିଲାଗଡ଼ ସହରବାସୀଙ୍କୁ ରେଳ ବିଭାଗର ନୂଆଖାଇ ଭେଟି ୧୫ ରୁ ଗଡ଼ିବ ବନ୍ଦେଭାରତ ଟ୍ରେନ

0
122

ଟିଟିଲାଗଡ଼,୦୯/୦୯,(ଜେଏନଏସ), ରେଳ ବିଭାଗ ଦ୍ଵାରା ଟିଟିଲାଗଡ଼ ଜଙ୍କସନର ନବକଳେବର କାର୍ଯ୍ୟ ଜାରି ରହିଥିବା ବେଳେ ବିଭାଗ ପକ୍ଷରୁ ସହରବାସୀଙ୍କ ପାଇଁ ଆଉ ଏକ ଖୁସି ଖବରର ସୂଚନା ଦିଆଯାଇଛି । ରେଳବିଭାଗ ପକ୍ଷରୁ ନୂଆଖାଇ ଭେଟି ସ୍ୱରୂପ ବନ୍ଦେ ଭାରତ ଟ୍ରେନ ଆସନ୍ତା ୧୫ ତାରିଖରୁ ଟିଟିଲାଗଡ଼ ଦେଇ ଗଡ଼ିବା ନେଇ ବିଭାଗୀୟ ସୂଚନା ଦିଆଯାଇଛି । ସୂଚନା ଅନୁଯାୟୀ ଚଳିତ ମାସ ୧୫ ତାରିଖରୁ ରାୟପୁର ବିଶାଖାପଟନମ ବନ୍ଦେଭାରତ ଟ୍ରେନର ଶୁଭାରମ୍ଭ ହେବ । ଏହା ରାୟପୁରରୁ ବାହାରି ମହାସମୁନ୍ଦ, ଖରିଆର ରୋଡ଼, କଣ୍ଟାବାଞ୍ଜି, ଟିଟିଲାଗଡ଼, କେସିଙ୍ଗା, ରାୟଗଡ଼ା, ବିଜୟନଗରମ ଦେଇ ବିଶାଖାପଟନମରେ ପହଞ୍ଚିବ । ଆସନ୍ତା ୧୫ ତାରିଖରେ ଟିଟିଲାଗଡ଼ରେ ଏହାର ଉଦଘାଟନୀ ଉତ୍ସବ ସ୍ଥାନୀୟ ବିଧାୟକ, ସାଂସଦ ଓ ବିଶିଷ୍ଟ ଅତିଥି ତଥା ବିଭାଗୀୟ ଉଚ୍ଚ ଅଧିକାରୀଙ୍କ ଗହଣରେ ମହା ସମାରୋହରେ କରାଯିବା ନେଇ ପ୍ରସ୍ତୁତି ଆରମ୍ଭ ହୋଇଥିବା ବିଭାଗୀୟ ସୂଚନା ମିଳିଛି । 

LEAVE A REPLY

Please enter your comment!
Please enter your name here