ପରଲୋକ ରେ ବାପି ଡେବିଡ

ଟିଟିଲାଗଡ,୨୬/୧୨(ଜେଏନଏସ),ଟିଟିଲାଗଡ ସହରର ଜଣାଶୁଣା କଳା ପ୍ରେମୀ ତଥା ଆଞ୍ଚଳିକ ଚଳଚିତ୍ର ନିର୍ଦ୍ଦେଶକ ବାପି ଡେବିଡ଼ (୪୭) ଙ୍କ ହୃଦଘାତ ରେ ପରଲୋକ ଘଟିଛି।ସୂଚନା ଅନୁଯାୟୀ ଏକ୍ସ ମାସ ଅବସରରେ ଟିଟିଲାଗଡ ସିଏନଆଇ ଚର୍ଚ୍ଚ ପକ୍ଷରୁ ଶୁକ୍ରବାର ଏକ ପାରିବାରିକ କ୍ରିକେଟ ମ୍ୟାଚ ଆୟୋଜିତ ହୋଇଥିଲା। ସ୍ବର୍ଗତ ଡେ ବିଡ ଖେଳୁଥିବା ଅବସ୍ଥାରେ ଅସୁସ୍ଥତା ଅନୁଭବ କରି ଗୁରୁତର ହୋଇ ପଡ଼ିବାରୁ ତାଙ୍କୁ ଚିକିତ୍ସା ପାଇଁ ସଙ୍ଗେ ସଙ୍ଗେ ଟିଟିଲାଗଡ ଡାକ୍ତରଖାନା କୁ ଅଣାଯାଇଥିଲା।ତାଙ୍କୁ ହୃଦ୍ ଘାତ ହୋଇଥିବା ନେଇ ଜଣା ପଡ଼ିବା ପରେ ଅଧିକ ଚିକିତ୍ସା ପାଇଁ ବଲାଙ୍ଗୀର ଡାକ୍ତରଖାନା କୁ ନେବା ବାଟରେ ହିଁ ତାଙ୍କ ପରଲୋକ ଘଟିଥିଲା।ତାଙ୍କ ପରଲୋକ ରେ ସହରର ବିଭିନ୍ନ ମହଲରୁ ଗଭୀର ଶୋକ ପ୍ରକାଶ ପାଇଛି।ଆସନ୍ତା କାଲି ସ୍ଥାନୀୟ କବରଖାନା ରେ ଖ୍ରୀଷ୍ଟିଆନ ରୀତିନୀତି ଅନୁଯାୟୀ ତାଙ୍କୁ କବର ଦିଆଯିବା ନେଇ ପରିବାର ସଦସ୍ୟ ସୂଚନା ଦେଇଛନ୍ତି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe
- Advertisement -spot_img

Latest Articles