ସୌନ୍ଦର୍ଯ୍ୟ ପ୍ରସାଧନ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

0
104

ଟିଟିଲାଗଡ଼,୨୪/୦୮(ଜେଏନ୍ଏସ୍): ସ୍ଥାନୀୟ ମହିଳା ମହାବିଦ୍ୟାଳୟ ପରିସରରେ ଶନିବାର ଏକ ସୌନ୍ଦର୍ଯ୍ୟ ପ୍ରସାଧନ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଟିଟିଲାଗଡ଼ ନିବାସୀ ଆନ୍ତର୍ଜାତୀୟ ମେକଅପ ଆର୍ଟିଷ୍ଟ ସ୍ନିଗ୍ଧା ପାଢ଼ୀ କାର୍ଯ୍ୟକ୍ରମରେ ଯୋଗଦେଇ ଛାତ୍ରୀଙ୍କୁ ପ୍ରଶିକ୍ଷଣ ଦେଇଥିଲେ । ସୋନ୍ଦର୍ଯ୍ୟ ପ୍ରସାଧନ କ୍ଷେତ୍ରରେ ତାଲିମ ନେଇ ମହିଳାମାନେ ନିଜ ଘରେ ରହି ଏହାକୁ ବୃତ୍ତି ଭାବରେ ଅବଲମ୍ବନ କରି ସ୍ୱାବଲମ୍ବୀ ହୋଇପାରିବେ ବୋଲି ପ୍ରଶିକ୍ଷିକା ପାଢ଼ୀ ଉଲ୍ଲେଖ କରିଥିଲେ । କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ଅଧ୍ୟକ୍ଷ ରମେଶ ଚନ୍ଦ୍ର ସାଇନି, ଅଧ୍ୟାପକ ବଳବନ୍ତ ସାହୁ ପ୍ରମୁଖ ଯୋଗଦେଇ ଉପସ୍ଥିତ ଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । 

LEAVE A REPLY

Please enter your comment!
Please enter your name here