ରାଜ୍ୟ ସ୍ତରୀୟ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ଟିଟିଲାଗଡ,୧୫/୧(ଜେଏନ୍ଏସ),ଟିଟିଲାଗଡ ବ୍ୟାଡମିଣ୍ଟନ ଆସୋସିଏସନ୍ ଏବଂ ଲାୟାଂସ ଓ ଲିଓ କ୍ଲବ ପକ୍ଷରୁ ସ୍ଥାନୀୟ ଇଣ୍ଡୋର ଷ୍ଟାଡିୟମ ପରିସରରେ ଆୟୋଜିତ ତିନି ଦିନିଆ ରାଜ୍ୟ ସ୍ତରୀୟ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଗୁରୁବାର ଉଦଯାପିତ ହୋଇଛି।ଉଦଯାପନୀ ଉତ୍ସବରେ ସ୍ଥାନୀୟ ବିଧାୟକ ନବୀନ ଜୈନ ମୁଖ୍ୟଅତିଥି ଓ ଲାୟନ୍ସ ଡିଜି ମମତା ଗୌତମ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ପ୍ରତିଯୋଗୀ ଙ୍କୁ ଉତ୍ସାହିତ କରିଥିଲେ।ମୁଖ୍ୟଅତିଥି ବିଧାୟକ ଶ୍ରୀ ଜୈନ ଆୟୋଜକ ଙ୍କ ଉଦ୍ୟମ କୁ ଭୂୟସୀ ପ୍ରଶଂସା କରିବା ସହ ଖେଳାଳୀ ଙ୍କ ପାଇଁ ଟିଟିଲାଗଡ ସହର ମଧ୍ୟରେ ଏକ ଅତ୍ୟାଧୁନିକ ଇଣ୍ଡୋର ଷ୍ଟାଡିୟମ ନିର୍ମାଣ କରାଯିବା ନେଇ ଘୋଷଣା କରିଥିଲେ।ରାଜ୍ୟ ଓ ଜିଲ୍ଲା ବ୍ୟାଡମିଣ୍ଟନ ଆସୋସିଏସନ୍ ଦ୍ଵାରା ଅନୁମୋଦିତ ଏହି ପ୍ରତିଯୋଗିତା ରେ ୩୨ ଟି ଦଳ ଅଂଶଗ୍ରହଣ କରିଥିଲେ।ନକ ଆଉଟ୍ ପ୍ରଣାଳୀ ରେ ଆୟୋଜିତ ଏହି ପ୍ରତିଯୋଗିତା ରେ ଫାଇନାଲ ମ୍ୟାଚ ଟିଟିଲାଗଡ ର ଇର୍ଫାନ,ସରୋଜ ଓ ଭୁବନେଶ୍ବର ର ତନ୍ମୟ ,ଅଭିଜିତ ଦଳ ଫାଇନାଲ କୁ ଉତ୍ତୀର୍ଣ୍ଣ ହୋଇଥିଲେ।ଫାଇନାଲ ମ୍ୟାଚ ରେ ଭୁବନେଶ୍ୱର ର ତନ୍ମୟ ଅଭିଜିତ ୨୨/୨୧ ଓ ୧୩/୨୧ ରେ ଟିଟିଲାଗଡ କୁ ହରାଇ ବିଜେତା ହୋଇଥିଲେ।ମୁଖ୍ୟଅତିଥି ଶ୍ରୀ ଜୈନ ବିଜେତା ଙ୍କୁ ଟ୍ରଫି ସହ ଘୋଷିତ ୨୨, ୨୨୨ ଟଙ୍କା ଓ ଉପ ବିଜେତା ଙ୍କୁ ଟ୍ରଫି ସହ ୧୧,୧୧୧ ଟଙ୍କା ଆର୍ଥିକ ପୁରସ୍କାର ରାଶି ସହ ସମ୍ବର୍ଦ୍ଧିତ କରିଥିଲେ।ଉଦଯାପନୀ ଉତ୍ସବରେ ଟିଟିଲାଗଡ ବ୍ୟାଡମିଣ୍ଟନ ଆସୋସିଏସନ୍ ଅଧ୍ୟକ୍ଷ ପ୍ରମୋଦ ପ୍ରଧାନ,ଲାୟଂସ କ୍ଲବ ଅଧ୍ୟକ୍ଷ ସଞ୍ଜୟ ସୋନି,ପୂର୍ବତନ ଡିଷ୍ଟ୍ରିକ ଗଭର୍ଣ୍ଣର ଯମୁନା ପ୍ରସାଦ ଗୋୟଲ, ଲିଓ କ୍ଲବ ଅଧ୍ୟକ୍ଷ ପ୍ରତ୍ୟୁଷ କୁମାର ସାହୁ,ପ୍ରକଳ୍ପ ନିର୍ଦ୍ଦେଶକ ନିରୋଜ ପଟ୍ଟନାୟକ ପ୍ରମୁଖ ମଞ୍ଚାସିନ ଥିଲେ। ଲାୟନ ସଞ୍ଜୟ ନାୟକ,ଅସୀମ କୁଣ୍ଡୁ,ସନ୍ତୋଷ ମହାନ୍ତି,ଈଶ୍ୱର ଜୈନ,ଦୀପକ ପୃଷ୍ଟି,ଗଙ୍ଗାଧର ଶର୍ମା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।ଟିଟିଲାଗଡ ସହରରେ ଅନୁଷ୍ଠିତ ଏହି ରାଜ୍ୟ ସ୍ତରୀୟ ପ୍ରତିଯୋଗୀତା ଖେଳାଳି ଙ୍କ ସହ ସ୍ଥାନୀୟ କ୍ରୀଡ଼ାପ୍ରେମୀ ଙ୍କୁ ଉତ୍ସାହିତ କରିଥିଲା।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe
- Advertisement -spot_img

Latest Articles