ବଙ୍ଗାଳୀ ସମାଜ ସେବା ସଙ୍ଗଠନ ପକ୍ଷରୁ ନବ ବର୍ଷ ପାଳନ

0
33

ଟିଟିଲାଗଡ଼,୨୪/୦୪/୨୦୨୫(ଜେ.ଏନ୍.ଏସ୍.), ସ୍ଥାନୀୟ ପୌର କଲ୍ୟାଣ ମଣ୍ଡପ ପରିସରରେ ଟିଟିଲାଗଡ଼ ବଙ୍ଗାଳୀ ସେବା ସଙ୍ଗଠନ ପକ୍ଷରୁ ବଙ୍ଗାଳୀ ନବ ବର୍ଷ ପାଳିତ ହୋଇଯାଇଛି । ଚଳିତ ବର୍ଷ ସଙ୍ଗଠନ ପକ୍ଷରୁ ସମାଜର ୨୭ ତମ ନବବର୍ଷ ପାଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ସଦସ୍ୟଙ୍କ ମଧ୍ୟରେ ବେଶ୍ ଉତ୍ସାହ ପରିଲକ୍ଷିତ ହୋଇଥିଲା ।ସଙ୍ଗଠନ ସଭାପତି ଶେଖର ସିନ୍ନାଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ବରିଷ୍ଠ ସଦସ୍ୟ କଲ୍ୟାଣ କୁମାର ବୋଷ ମଞ୍ଚ ପରିଚାଳନା କରିଥିଲେ । ସଂଘ ପକ୍ଷରୁ ସାମାଜିକ କ୍ଷେତ୍ରରେ ନିୟୋଜିତ ବିଭିନ୍ନ ବ୍ୟକ୍ତିତ୍ଵଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଆଗାମୀ ଦିନରେ ସଙ୍ଗଠନକୁ ବିଭିନ୍ନ ସାମାଜିକ କାର୍ଯ୍ୟରେ ନିୟୋଜିତ କରିବାକୁ ସଭାପତି ଶ୍ରୀ ସିନ୍ନା ଉଲ୍ଲେଖ କରିଥିଲେ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସଙ୍ଗଠନର ଉପସଭାପତି ଶଙ୍କର ଦାସ, ସମ୍ପାଦକ ନବାଙ୍କୁର ଭଟ୍ଟାଚାର୍ଯ୍ୟ, କୋଷାଧ୍ୟକ୍ଷ ଭୋଲା ସରକାର, ବରିଷ୍ଠ ସଦସ୍ୟ କାଳୀ ମୁଖାର୍ଜୀ, ପ୍ରଦୀପ ଦେ, ସୁଧିର ଦାସ, ପ୍ରଦୀପ ସମାଜପତି, ଦୀପକ ସମଜଦାର, ଅଶୋକ ଚକ୍ରବର୍ତ୍ତୀ, ପ୍ରଦୀପ କର, ଅରୁଣ ସେନାପତି ପ୍ରମୁଖଙ୍କ ସହ ବହୁ ବଙ୍ଗାଳୀ ପରିବାର ଉପସ୍ଥିତ ଥିଲେ । 

LEAVE A REPLY

Please enter your comment!
Please enter your name here