“ଭାଦୀ” ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ

ଟିଟିଲାଗଡ,୧୦/୮(ଜେଏନଏସ),ଟିଟିଲାଗଡ ରାଣୀସତୀ ଦାଦିଜୀ ଶକ୍ତିଧାମ ମନ୍ଦିର ପ୍ରାଙ୍ଗଣ ରେ ଆସନ୍ତା ଭାଦୀ ମହୋତ୍ସବ ପାଳନ କୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ମହୋତ୍ସବ ପରିଚାଳନା କମିଟି ସଭାପତି ସୁରଜମଲ ସୋନି ଙ୍କ ସଭାପତିତ୍ବରେ ଆୟୋଜିତ ବୈଠକରେ ଏହି ଉତ୍ସବ କୁ ମହାଆଡମ୍ବର ରେ ପାଳନ କରାଯିବା ନେଇ ବିଶଦ ଆଲୋଚନା ହୋଇଥିଲା।ସମସ୍ତ କାର୍ଯ୍ୟକ୍ରମ ଯାଜ୍ଞିକ ସମ୍ରାଟ ଶ୍ରୀ ଅଗ୍ନିଶିଖାଜୀ ମହାରାଜଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ କରାଯିବା ନେଇ ନିଷ୍ପତ୍ତି ଗୃହୀତ ହୋଇଥିଲା।ପ୍ରସ୍ତାବିତ କାର୍ଯ୍ୟକ୍ରମ ଅନୁଯାୟୀ ୧୫ ଦିନ ବ୍ୟାପି ୧୦୮ ମଙ୍ଗଳ ପାଠ,ଅଖଣ୍ଡ ଜ୍ୟୋତି, ଭଜନ କୀର୍ତ୍ତନ, ଅଲୌକିକ ଶୃଙ୍ଗାର,ମହିଳା ଙ୍କ ଦାଣ୍ଡିଆ,ଗଜରା ଉତ୍ସବ,ଭଜନ ସନ୍ଧ୍ୟା ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।ଏଥିସହ ଭକ୍ତ ଙ୍କ ପାଇଁ ମହାପ୍ରସାଦ ବିତରଣ କରାଯିବ।ଆୟୋଜିତ ବୈଠକରେ ଟିଟିଲାଗଡ ବିଧାୟକ ନବୀନ ଜୈନ,ଟ୍ରଷ୍ଟି ସନ୍ତୋଷ କେଜ୍ରିୱାଲ, ମାମରାଜ ଜୈନ,ଦିନାନାଥ ଅଗ୍ରୱାଲ,ଗୋପାଳ ଟିବଡେୱାଲ,ଗଜାନନ ଅଗ୍ରୱାଲ, ମହେଶ ଇନ୍ଦୋରିଆ,ଗୋପାଳ ଅଗ୍ରୱାଲ,ମନସା ଅଗ୍ରୱାଲ,ଗୋବିନ୍ଦ ଜୈନ,ପ୍ରକାଶ ଅଗ୍ରୱାଲ,ବିରେନ୍ଦ୍ର ଜୈନ, ସୁରେନ୍ଦ୍ର ମରୋଡ଼ିଆ,ବଜରଙ୍ଗ ଜୈନ,ମହେଶ ଦୋଡ଼କା ପ୍ରମୁଖ ଙ୍କ ସହ ବହୁ ସଦସ୍ୟ ଉପସ୍ଥିତ ଥିଲେ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe
- Advertisement -spot_img

Latest Articles