ଭୀମଡୁଙ୍ଗୁରୀ ଭୀମକଟାର ଉନ୍ନତିକରଣ ନେଇ ଯନ୍ତ୍ରୀଙ୍କ ସହ କମିଟିର ଆଲୋଚନା

0
65

ବଲାଙ୍ଗୀର (ଜେଏନ୍ଏସ୍), ବଲାଙ୍ଗିର ଜିଲ୍ଲା ଦେଓଗାଁବ୍ଲକର ଭୀମଡୁଙ୍ଗୁରୀ ପର୍ଯ୍ୟଟନସ୍ଥଳୀରେ ଥିବା ଭୀମକଟାର ଉନ୍ନତିକରଣ କାମ ଚାଲୁରହିଛି । ପ୍ରାୟ ୨.୨୨ କୋଟି ଟଙ୍କା ବ୍ୟୟରେ ଜଳସେଚନ ବିଭାଗର ଏହାର ମାଟି ଉନ୍ନତିକରଣ ଓ ଅନ୍ୟାନ୍ୟ ଉନ୍ନୟନ କାମ ଚାଲିଛି । ନିର୍ବାଚନ ସରିଲା ପରେ ଭୀମପାହାଡ କମିଟି ଏହି କାମର କିଭଳି ଠିକ ସମୟରେ ତଥା ଠିକ ଆକାରରେ ହୋଇପାରିବ ସେନେଇ ବିଭାଗୀୟ ଯନ୍ତ୍ରୀଙ୍କ ସହିତ ଭୀମକଟାର ମିଳିତ ପରିଦର୍ଶନ କରି ଆଲୋଚନା କରିଛନ୍ତି । ଶୁକ୍ରବାର ଅପରାହ୍ନ ୫ ସମୟରେ ଭୀମପାହାଡ଼ ମହୋତ୍ସବ କମିଟିର ଅଧ୍ୟକ୍ଷ ଲକ୍ଷ୍ମଣକୁମାର ମେହେର, ସଭାପତି ପ୍ରମୋଦ ବହିଦାର, ସଂପାଦକ ଗୋବର୍ଦ୍ଧନ ସାହୁ, ସ୍ଥାନୀୟ ସମିତିସଭ୍ୟ ଅଭିମନ୍ୟୁ ମାଝୀ ପ୍ରମୁଖ ଜଳସେଚନ ବିଭାଗର ଅଧିକ୍ଷଣଯନ୍ତ୍ରୀ ଇଂ.ଗୋବର୍ଦ୍ଧନ ନାଏକ, ଏସଡିଓ  ଇଂ.ଏସଡିଓ  କୃଷ୍ଣଚନ୍ଦ୍ର ବେହେରା, ମହଲେଇ ରାଜସ୍ୱନୀରିକ୍ଷକ, କାମକୁ କରାଉଥିବା ଠିକଦାର ଓ ସ୍ଥାନୀୟ ଅଞ୍ଚଳବାସୀ ମିଳିତ ହୋଇ ଭୀମକଟାର ଉନ୍ନୟନ ନେଇ ଆଲୋଚନା କରିଥିଲେ । ବର୍ଷାପୂର୍ବରୁ ସଠିକ ହିସାବ ରେ କାମକରି ଠିକ ସମୟରେ କାମ ସାରିବାକୁ ଅଧିକ୍ଷଣଯନ୍ତ୍ରୀ ଇଂ.ନାଏକ କାମ କରାଉଥିବା ଠିକଦାରକୁ ନିର୍ଦ୍ଦେଶ କରିଥିଲେ । ଏହା ସହିତ ଭୀମକଟାରୁ ଭୀମଡୁଙ୍ଗୁରୀ ଗାଁ ଓ ବନ୍ଧପାଲି ଗାଁକୁ ଥିବା ଚଲାରାସ୍ତାକୁ ସୀମାଚିହ୍ନଟ କରି ମାଟିପକାଇ ରାସ୍ତା କରିବାକୁ ଆଲୋଚନା ହୋଇଥିଲା । ମହଲେଇ ରାଜସ୍ୱ ନୀରିକ୍ଷକ ତାଙ୍କ ଟିମ ନେଇ ପହଞ୍ଚି ଉଭୟ ରାସ୍ତାକୁ ମାପଚୁପ କରି ଉପସ୍ଥିତ ସମିତିସଭ୍ୟ, ସରପଞ୍ଚଙ୍କ ପ୍ରତିନିଧି ଓ ଗ୍ରାମବାସୀଙ୍କୁ ଜଣାଇଥିଲେ । ଚଳାପଥ ଯେଉଁ ଜମିରେ ଯାଇଛି ତାହା ସଂପୂର୍ଣ୍ଣ ସରକାରୀ ରାସ୍ତା କିସମରେ ରହିଛି । ତେଣୁ କାମ କରାଇବାରେ କୌଣସି ଅସୁବିଧା ନାହିଁ ବୋଲି ଆର.ଆଇ. କହିଥିଲେ । ପ୍ରକାଶ୍ୟ ଯେ, ଭୀମଡୁଙ୍ଗୁରୀ ପର୍ଯ୍ୟଟନସ୍ଥଳୀକୁ ପ୍ରତିଦିନ ହଜାର ହଜାର ଲୋକ ଭ୍ରମାନରେ ଆସୁଛନ୍ତି । ଭୀମପାହାଡ଼ ମହୋତ୍ସବ ସମୟରେ ୩୦ହଜାରରୁ ଉର୍ଦ୍ଧ୍ୱ ଲୋକଙ୍କ ସମାଗମ ହୋଇଥାଏ । ତେଣୁ ଭୀମଡୁଙ୍ଗୁରୀର ଭୀମକଟାରୁ ବନ୍ଧପାଲି ଓ ଭୀମଡୁଙ୍ଗୁରୀ ଗ୍ରାମକୁ ଯାଇଥିବା ରାସ୍ତାର ଉନ୍ନତିକରଣର ନିତାନ୍ତ ଆବଶ୍ୟକ ରହିଛି । ରାଜ୍ୟ ସରକାର ଏହି ପର୍ଯ୍ୟଟନ ସ୍ଥଳୀର ଉନ୍ନତିକରଣ ପାଇଁ ପ୍ରଥମେ ୩.୫ କୋଟି ଓ ପରେ ୬.୬୬ କୋଟି ଟଙ୍କାର ଅନୁଦାନ ଦେଇଛନ୍ତି । ଭୀମକଟାର ଉନ୍ନତିକରଣ ଜଳସେଚନ ବିଭାଗ କରାଉଥିବା ବେଳେ ପର୍ଯ୍ୟଟକଙ୍କ ପାଇଁ ଆନୁଷଙ୍ଗିକ ଭିତ୍ତିଭୂମିକୁ ଜଙ୍ଗଲ ବିଭାଗ କରାଉଛି । ଭୀମପାହାଡ଼ ମୋହତ୍ସବ କମିଟି ପକ୍ଷରୁ ଅଞ୍ଚଳର ଲୋକଙ୍କୁ ନେଇ ଜଙ୍ଗଲସୁରକ୍ଷା ସହିତ ପର୍ଯଟନସ୍ଥଳୀର ଉନ୍ନତିକରଣ ପାଇଁ ପଦକ୍ଷେପ ନେଉଛି । ପ୍ରଶାସନ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ସମନ୍ୱୟ ରଖି ଉନ୍ନୟନ କାମଗୁଡ଼ିକୁ କିଭଳି ତ୍ୱରାନ୍ୱିତ କରାଯାଇ ପାରିବ ସେନେଇ କମିଟି ଯତ୍ନବାନ ରହିଛି।

LEAVE A REPLY

Please enter your comment!
Please enter your name here