ବିଜେପି ର ମହିଳା ସମାବେଶ । ପରିବର୍ତ୍ତନ ର ନାରା ରେ କମ୍ପିଲା ସଭାସ୍ଥଳ

ଟିଟିଲାଗଡ଼,୧୭/୫(ଜେଏନ୍ଏସ୍),ଟିଟିଲାଗଡ଼ ନିର୍ବାଚନୀ ମଣ୍ଡଳୀ ଅନ୍ତର୍ଗତ ସଇଁତଳା ବ୍ଲକ ଘୁନସର ଠାରେ ବିଜେପି ର ମହିଳା ସମାବେଶ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବିଜେପି ନେତ୍ରୀ ତଥା ଟିଟିଲାଗଡ଼ ପୌର ଅଧ୍ୟକ୍ଷା ମମତା ଦେବୀ ଦେବୀ ଜୈନ, ସମ୍ମାନିତ ଅତିଥି ଭାବରେ ବିଜେପିର ପ୍ରତିଭାଶାଳୀ ନେତ୍ରୀ ରାଞ୍ଜ୍ଜୁ ରାୟମନ, ପ୍ରମୋଦ ପ୍ରଧାନ, ପଞ୍ଚା ସାହୁ, ଯୁବ ନେତା ବିଜୟ ମେହେର, ନିରୁପମା ମାଝୀ, ବରିଷ୍ଠ ବିଜେପି ନେତା ମହେନ୍ଦ୍ର ଠାକୁର, ଡ଼ଲାମଣି ବସ୍ତିଆ, ମନୁ ବେହେରା, ପ୍ରକାଶ ଗହିର ପ୍ରମୁଖ ଯୋଗଦେଇଥିଲେ । ସ୍ଥାନୀୟ ଜଗନ୍ନାଥ ମନ୍ଦିର ଠାରୁ ବହୁ ସଂଖ୍ୟାରେ ମହିଳା ଏକ ବିରାଟ ଶୋଭାଯାତ୍ରାରେ ନଗର ପରିକ୍ରମା କରି ଶୋଭାଯାତ୍ରା ରେ ପହଞ୍ଚିଥିଲେ।ମୁଖ୍ୟ ଅତିଥି ଶ୍ରୀମତି ଜୈନ ଅଞ୍ଚଳର ବାସ୍ତବ ବିକାଶ ପାଇଁ ପରିବର୍ତ୍ତନ ର ଲହରୀ ରେ ସାମିଲ ହୋଇ ବିଜେପି କୁ ଭୋଟ ଦେବାକୁ ଅନୁରୋଧ କରିଥିଲେ। ବିଗତ ଦଶ ବର୍ଷ ଧରି କ୍ଷମତା

ରେ ଥିବା ସ୍ଥାନୀୟ ଲୋକ ପ୍ରତିନିଧି ଅଞ୍ଚଳର ବିକାଶକୁ ଗୁରୁତ୍ଵ ନଦେଇ ନିଜ ଅନୁଗତ ଦଳୀୟ କର୍ମୀଙ୍କ ବିକାଶକୁ ଗୁରୁତ୍ଵ ଦେଇଥିବା ଶ୍ରୀମତି ରାୟମନ ଉଲ୍ଲେଖ କରିଥିଲେ । ଚାଷୀଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଥିବା ବିଜେଡି ସରକାର ୨୫ ବର୍ଷ ମଧ୍ୟରେ ଅଞ୍ଚଳର ଚାଷୀଙ୍କ ପାଇଁ ଏକ ଶୀତଳ ଭଣ୍ଡାର ଖୋଲି ପାରି ନଥିବା ବିଜେପି ନେତା ଶ୍ରୀ ପ୍ରଧାନ କହିଥିଲେ । ଲୋକେ ଆଉ ମିଛ ପ୍ରତିଶୁତି ଓ ପ୍ରତାରଣାର ଶିକାର ନହୋଇ ଚଳିତ ଥର ପରିବର୍ତ୍ତନ ପାଇଁ ନିଷ୍ପତ୍ତି ନେଇ ସାରିଥିବା ବିଜେପି ନେତା କହିଥିଲେ । କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ମହିଳାଙ୍କ ସହ ବିଜେପି କର୍ମୀ ଉପସ୍ଥିତ ଥିଲେ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe
- Advertisement -spot_img

Latest Articles