ଟିଟିଲାଗଡ଼ ବିଧାୟକ ନବୀନ ଜୈନଙ୍କ ପ୍ରମୁଖ ସହଯୋଗୀ ବିରଞ୍ଚି ସାହୁଙ୍କ ଦେହାନ୍ତ

0
137

ଟିଟିଲାଗଡ଼,୧୬/୦୯,(ଜେଏନଏସ),ଟିଟିଲାଗଡ଼ ବିଜେପି ଦଳର କର୍ମକର୍ତ୍ତା ତଥା ବିଧାୟକ ନବୀନ ଜୈନଙ୍କ ପ୍ରମୁଖ ସହଯୋଗୀ ବିରଞ୍ଚି ସାହୁଙ୍କ ସୋମବାର ରାତିରେ ହୃଦଘାତରେ ଦେହାନ୍ତ ଘଟିଛି । ସୂଚନା ଅନୁଯାୟୀ ସୋମବାର ସନ୍ଧ୍ୟାରେ ଟିଟିଲାଗଡ଼ ରୁ ବନ୍ଦେ ଭାରତ ଟ୍ରେନର ଶୁଭାରମ୍ଭ କାର୍ଯ୍ୟକ୍ରମରେ ସ୍ୱର୍ଗତ ସାହୁ ଉପସ୍ଥିତ ଥିଲେ । ହଠାତ୍ ସେ ଅସୁସ୍ଥ ଅନୁଭବ କରିବାରୁ ପରିବାର ସଦସ୍ୟ ତାଙ୍କୁ ସ୍ଥାନୀୟ ଡାକ୍ତରଖାନାକୁ ଆଣିଥିଲେ । ତେବେ କାର୍ଯ୍ୟରତ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତାଙ୍କ ଅକାଳ ବିୟୋଗରେ ସ୍ଥାନୀୟ ବିଧାୟକ ନବୀନ ଜୈନ ଶୋକ ପ୍ରକାଶ କରିଥିବା ବେଳେ ବିଜେପି କର୍ମୀ ମହଲରେ ମଧ୍ୟ ଗଭୀର ଶୋକ ପ୍ରକାଶ ପାଇଛି । 

LEAVE A REPLY

Please enter your comment!
Please enter your name here