ଚାଷୀଙ୍କ ସମସ୍ୟା ନେଇ ବର୍ଷିଲେ ଟୁକୁନି

ଟିଟିଲାଗଡ,୦୫/୦୮(ଜେଏନଏସ), ଚାଷୀ ଙ୍କ ବିଭିନ୍ନ ସମସ୍ୟା ନେଇ ମଙ୍ଗଳବାର ସ୍ଥାନୀୟ ବିଜେଡି କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟସରକାର ଙ୍କ ଉପରେ ବର୍ଷିଛନ୍ତି ପୂର୍ବତନ ମନ୍ତ୍ରୀ ଟୁକୁନି ସାହୁ।ଟିଟିଲାଗଡ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ଜଳସେଚନ ପ୍ରକଳ୍ପ ଗୁଡ଼ିକ ବନ୍ଦ ହୋଇପଡ଼ିଥିବା ଯୋଗୁଁ ଚାଷୀକୁଳ ଉପେକ୍ଷିତ ହୋଇଛି। କୃଷି ମନ୍ତ୍ରୀ ଙ୍କ ନିଜ ଜିଲ୍ଲାରେ ଚାଷୀ ଅବହେଳିତ ହେଉଥିବା ଦେଖିବାକୁ ମିଳିଛି।ପୂର୍ବ ସରକାର ସମୟରେ ସ୍ଥାନୀୟ ଚାଷୀ ଙ୍କୁ ଗୁରୁତ୍ଵଦେଇ ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀରେ ୯ ଗୋଟି ବୃହତ ଉଠା ଜଳସେଚନ ପ୍ରକଳ୍ପ କରିଥିଲେ।ବର୍ତ୍ତମାନ ବିଜେପି ସରକାର ଉକ୍ତ ପ୍ରକଳ୍ପ ଗୁଡ଼ିକ ବନ୍ଦ କରିଦେଇଛନ୍ତି। ପ୍ରକଳ୍ପ ଗୁଡ଼ିକୁ କାର୍ଯ୍ୟକ୍ଷମ କରାଯିବାକୁ ଚାଷୀ ସ୍ଥାନୀୟ ବିଧାୟକ ଙ୍କ ଠାରେ ଗୁହାରି କରି ନିରାଶ ହେବାପରେ ରାଜରାସ୍ତାକୁ ଓହ୍ଲାଇଥିବା ଦେଖିବାକୁ ମିଳିଛି। ସେହିପରି ଟିଟିଲାଗଡ ସହରରେ ପୂର୍ବ ସରକାର ସମୟରେ ୬୯ ଟି ଦୋକାନ ଗୃହ ବିଶିଷ୍ଟ ମିଶନ ଶକ୍ତି ହାଟ ନିର୍ମାଣ ହୋଇଥିବା ବେଳେ ଏହା ବର୍ତ୍ତମାନ ଯାଏ ଆରମ୍ଭ ହୋଇପାରିନାହିଁ।ଏହି ଷ୍ଟଲ୍ ଆବଣ୍ଟନ ରେ ଅନିୟମିତତା ଓ ଉତ୍କୋଚ କାରବାର ହେଉଥିବା ନେଇ ଶ୍ରୀମତୀ ସାହୁ ଅଭିଯୋଗ ଆଣିଛନ୍ତି।ସେହିପରି ଟିଟିଲାଗଡ ଜିଲ୍ଲା ଦାବୀ ପ୍ରସଙ୍ଗରେ ବିଧାୟକ ତଥା ସରକାର ଚୁପ୍ କାହିଁକି ବୋଲି ପ୍ରଶ୍ନ ଉଠାଇଛନ୍ତି।ତାଙ୍କ ଦଳ ଏହାର ଦୃଢ଼ ପ୍ରତିବାଦ କରିବା ସହ ରାଜରାସ୍ତାକୁ ଓହ୍ଲାଇବ ବୋଲି ଶ୍ରୀମତୀ ସାହୁ ଚେତାବନୀ ଦେଇଛନ୍ତି। ଅପରପକ୍ଷରେ ବିଜେଡି ପକ୍ଷରୁ ହୋଇଥିବା ଅଭିଯୋଗ କୁ ନେଇ ବିଧାୟକ ନବୀନ ଜୈନ ନିଜ ପ୍ରତିକ୍ରିୟା ରଖିଛନ୍ତି। ଟିଟିଲାଗଡ ଜିଲ୍ଲା ଦାବୀ ଅଞ୍ଚଳବାସୀ ଙ୍କ ତିନି ଦଶନ୍ଧି ର ନୈତିକ ଦାବୀ ରହିଥିବା ବେଳେ ପୂର୍ବ ବିଜେଡ଼ି ସରକାର ଅଞ୍ଚଳ ବାସି ଙ୍କୁ କେବଳ ପ୍ରତିଶୁତି ଓ ପ୍ରତାରଣା ମଧ୍ୟରେ ଛନ୍ଦି ରଖିଥିଲା।ପୂର୍ବ ସରକାର ସମୟରେ ହିଁ ଜିଲ୍ଲା ମାନ୍ୟତା ପ୍ରସଙ୍ଗ ଉଚ୍ଚ ନ୍ୟାୟାଳୟ କୁ ଯାଇଥିଲା।ବର୍ତ୍ତମାନ ମାମଲା ହାଇକୋର୍ଟ ରେ ଥିବା ଯୋଗୁଁ ଏହି ସନ୍ଦର୍ଭ ରେ ବିଭିନ୍ନ କାର୍ଯ୍ୟକ୍ରମ ସ୍ଥଗିତ ରହିଥିବା ସେ କହିଛନ୍ତି।ସେହିପରି ମିଶନ ଶକ୍ତି ହାଟ ଦୋକାନ ଗୃହ ବଣ୍ଟନ ରେ ଅନିୟମିତତା ଓ ଉତ୍କୋଚ କାରବାର ଅଭିଯୋଗ କୁ ବିଧାୟକ ଶ୍ରୀ ଜୈନ ଭିତ୍ତିହୀନ କହିବା ସହ ଏହାକୁ ନେବା କୁ କୌଣସି ସ୍ଵୟଂ ସହାୟିକା ଗୋଷ୍ଠୀ ଆଗ୍ରହ ଦେଖାଉ ନ ଥିବା ବେଳେ ଏଥିପ୍ରତି ସେମାନଙ୍କୁ ବୁଝାଯାଉଥିବା ଏବଂ ଖୁବ୍ ଶୀଘ୍ର ଏହା ଆରମ୍ଭ ହେବ ବୋଲି ପ୍ରକାଶ କରିଛନ୍ତି।ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପୌର ଉପାଧ୍ୟକ୍ଷା ପୁଷ୍ପ ମଞ୍ଜରୀ ଜାଲ, ବ୍ଲକ ଉପାଧ୍ୟକ୍ଷ ଜଗତରାମ ରଣା, ଜିଲା ପରିଷଦ ସଭ୍ୟା ଗୀତା ବିଶି, ସଞ୍ଜୟ ବେହେରା, ସଇଁତଲା ସରପଞ୍ଚ ସୁବ୍ରତ ନାଗ ପ୍ରମୁଖ ଙ୍କ ସହ ଅରୁଣ ମିଶ୍ର,ଉମାଦେବୀ ଅଗ୍ରୱାଲ,ଅଞ୍ଜନା ବର୍ମା, ରମାକାନ୍ତି ପୁଟେଲ,ତୁଳସୀ ବଛା,ଧୀର ରଣା ଓ ଦଳୀୟ କର୍ମକର୍ତ୍ତା ଉପସ୍ଥିତ ଥିଲେ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe
- Advertisement -spot_img

Latest Articles