ସହରର ଆଇନଶୃଙ୍ଖଳା ସ୍ଥିତି କୁ ନେଇ ବିଜେପି କୁ ଦାୟୀ କଲା ବିଜେଡି

ଟିଟିଲାଗଡ,୦୮/୧୦(ଜେଏନଏସ),ଟିଟିଲାଗଡ ସହରର ଆଇନ ଶୃଙ୍ଖଳା ସ୍ଥିତି ବିଗିଡି ଥିବା ନେଇ ବିଜେପି କୁ ବିଜେଡ଼ି ଦାୟୀକରିଛି।ଏହାକୁ ନେଇ ସ୍ଥାନୀୟ ବିଜେଡି କାର୍ଯ୍ୟାଳୟ ପରିସରରେ ପୌର ଉପାଧ୍ୟକ୍ଷା ପୁଷ୍ପ ମଞ୍ଜରୀ ଜାଲ ଙ୍କ ନେତୃତ୍ୱରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ରେ ବ୍ଲକ ଉପାଧ୍ୟକ୍ଷ ଜଗତ ରାମ ରଣା, ବିଜେଡି ନେତା ଚୁଡାଚନ୍ଦ୍ର କୁମ୍ଭାର, ଯୁବ ନେତା ଜ୍ଞାନ ରଞ୍ଜନ ସରାଫ ସିଧାସଳଖ ବିଜେପି ବିଧାୟକ ନବୀନ ଜୈନ ଙ୍କୁ ଟାର୍ଗେଟ କରିଥିଲେ।ବିଜେପି ସରକାର ଆସିବା ପରେ ରାଜ୍ୟ ତଥା ଟିଟିଲାଗଡ ସହରରେ ଅରାଜକତା ବୃଦ୍ଧି ପାଇଥିବା ବିଜେଡି ନେତା ମାନେ ଅଭିଯୋଗ କରିଥିଲେ।ସହରରେ ସଦ୍ୟ ଘଟିଥିବା ହୋଟେଲ ମାଲିକ ଙ୍କୁ ହତ୍ୟା ଉଦ୍ୟମ ଘଟଣା ରେ ସଂପୃକ୍ତ ମୁଖ୍ୟ ଅଭିଯୁକ୍ତ ଅଙ୍କୁର ଅଗ୍ରୱାଲ ବିଜେପି ଦଳର ଆଗଧାଡି ର କର୍ମୀ ଥିବା ଏବଂ ବିଧାୟକ ନବୀନ ଜୈନ ଙ୍କ ଅନୁଗତ ଥିବା ଯୋଗୁଁ ନିରପେକ୍ଷ ତଦନ୍ତ କୁ ନେଇ ବିଜେଡ଼ି ନେତା ଆଶଙ୍କା ପ୍ରକାଶ କରିଥିଲେ।ସଠିକ୍ ତଦନ୍ତ କରାଯାଇ ବିଧାୟକ ଙ୍କ ସଂପୃକ୍ତି ଥିଲେ ତାଙ୍କୁ ମଧ୍ୟ ଗିରଫ କରାଯାଉ ବୋଲି ବିଜେଡି ନେତା ଦାବୀ କରିଥିଲେ। ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଦଳର ବରିଷ୍ଠ ନେତା ଆଇନଜୀବୀ ଶ୍ୟାମ ପ୍ରସାଦ ଗରିଆ,ବିପିନ ପୃଷ୍ଟି, ପଦ୍ମଲୋଚନ ପୋଢ଼, ପ୍ରେମ ଜୈନ, ବିକାଶ ପାଣିଗ୍ରାହୀ, ଜିଲା ପରିଷଦ ସଭ୍ୟ ସଞ୍ଜୟ ବେହେରା,ଜଗଦିଶ ମହାଲିଙ୍ଗ, କାଉନସିଲର ମାନସ ସାହୁ, ରାଜେଶ ପ୍ରଧାନ,ପୁଷୁ ଜୈନ,ଜୟ ପ୍ରସାଦ ନାଏକ,ହେମରାଜ କଟା,ହିମାଂଶୁ ଲେଙ୍କା, ରୁଦ୍ର ପ୍ରସାଦ ପୁଞ୍ଜି,ବାପି ଗୁମାନ ସିଂ ପ୍ରମୁଖ ଉପସ୍ଥିତ ଥିଲେ।ଅପର ପକ୍ଷରେ ବିଧାୟକ ନବୀନ ଜୈନ କେହି ଆଇନ ର ଉର୍ଦ୍ଧରେ ନୁହନ୍ତି।ପୁଲିସ ତଦନ୍ତ ପରେ ଅଭିଯୁକ୍ତ ଗରିଫ ହୋଇ ଜେଲ ଯାଇଛି।ବିରୋଧୀ ଏହାକୁ ପ୍ରସଙ୍ଗ କରି ନିଜ ସ୍ଥିତି ଜାହିର କରୁଛନ୍ତି ବୋଲି କହିଛନ୍ତି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe
- Advertisement -spot_img

Latest Articles