ଭାଜପା ସରକାର ଲୋକଙ୍କ ସରକାର ଓ ଲୋକଙ୍କ ପାଇଁ ଉତ୍ସର୍ଗୀକୃତ : ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂ ଦେଓ

0
109

ବଲାଙ୍ଗିର, ୧୧/୦୭(ଜେଏନ୍ଏସ୍), ଆଜି ପୂର୍ବାହ୍ନରେ ଡିଏଫ୍ଓଙ୍କ ସମ୍ମିଳନୀ କକ୍ଷଠାରେ ଓଡ଼ିଶା ସରକାରଙ୍କ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂଦେଓଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ଜିଲ୍ଲାର ବିଭିନ୍ନ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଉପମୁଖ୍ୟମନ୍ତ୍ରୀ ସମୀକ୍ଷା କରିଥିଲେ । ଅଧିକାରୀମାନେ ଫିଲ୍ଡକୁ ଯାଇ କାମ କରିବାକୁ ନିର୍ଦେଶ ଦେଇଥିଲେ । ଏକ ହୁଅଟ୍ସଆପ ଗ୍ରୁପ ମାଧ୍ୟମରେ ସମସ୍ତ ଅଧିକାରୀ ଜିଓ ଟ୍ୟାଗ୍‍ ଫଟୋ ଛାଡିବାକୁ ନିର୍ଦେଶ ଦେଇଥିଲେ । ଲୋକଙ୍କ ସରକାର ଲୋକଙ୍କ ପାଇଁ ଉତ୍ସର୍ଗୀକୃତ । ତେଣୁ କାମ ଏକ ନମ୍ବର ହେବା ଦରକାର ବୋଲି ସେ ଉପସ୍ଥିତ ଅଧିକାରୀମାନଙ୍କୁ ସୂଚାଇଦେଇଥିଲେ । ସରକାର ଦଳମତ ନିର୍ବିଶେଷରେ କାମ କରିବ ଯେଉଁଥିରୁ ଲୋକମାନେ ଲାଭ ପାଇବେ ବୋଲି ସେ କହିଥିଲେ । କୃଷି, ଶକ୍ତି, ଯୋଗାଣ, ମେଡ଼ିକାଲ, ଯୋଜନା, ଆଦି ବିଭାଗ ଉପରେ ବିସ୍ତୃତ ଆଲୋଚନା ହେଇଥିଲା । କୃଷିରେ ମୃତ୍ତିକାକୁ ଜୈବିକ ଉପାୟରେ ଉର୍ବର କରିବାକୁ କହିଥିଲେ । ୟୁରିଆ ଏବଂ ଡିଏପି ବ୍ୟବହାର ବନ୍ଦ କରିବାକୁ କହିଥିଲେ । ଫସଲ ଅମଳ ପରେ ବଜାର ଉପଲବ୍ଧ କରାଇବା ସବୁଠୁ ଗୁରୁତ୍ଵପୂର୍ଣ୍ଣ । ଫଳରେ ବିଭିନ୍ନ ଜାଗାରେ ଆଉଟଲେଟ ଖୋଲିବାକୁ ପ୍ରସ୍ତାବ ଦେଇଥିଲେ । କଟନୀ ଛଟଣିକୁ ସମ୍ପୂର୍ଣ୍ଣ ବନ୍ଦ କରେଇବାକୁ ତାଗିଦ କରିବା ସହ ସମସ୍ତ ରାଇସ ମିଲର ଓଜନ ମାପକ ଜନ୍ତ୍ର ଏବଂ ଷ୍ଟକ ରେଜିସ୍ଟର ୭ ଦିନ ଭିତରେ ଚେକ କରିବାକୁ ନିର୍ଦେଶ ଦେଇଛନ୍ତି । ସେହିପରି ବିଦ୍ୟୁତ ବିଭ୍ରାଟ ପାଇଁ ସମ୍ପୃକ୍ତ ଅଧିକାରୀଙ୍କୁ ତାଗିଦ କରିବା ସହ ବିକ୍ଳପ ବ୍ୟବସ୍ତା ପାଇଁ କହିଥିଲେ । ଡାକ୍ତର ତଥା ମାନବ ସଂଶାଧନ ବୃଦ୍ଧି ଦିଗରେ ଆଲୋଚନା ହୋଇଥିଲା । ସମସ୍ୟାର ସମାଧାନ ଛଡା ଅନ୍ୟ କୌଣସି ବିକଳ୍ପରୁ ବିରତ ରହିବାକୁ କହିଛନ୍ତି । ଲକ୍ଷ୍ମୀ ଯୋର ସଫେଇ ପାଇଁ ୪୮ ଘଣ୍ଟାର ମହଲତ ଦେଇଛନ୍ତି । କର୍ମରେ ଅବହେଳାକୁ ବିଲକୁଲ ପ୍ରଶୟ ନ ଦେବାକୁ ସେ ତାଗିଦ କରିଛନ୍ତି । ସେଥିପାଇଁ ସେ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଏହି ସମୀକ୍ଷା ବୈଠକରେ ବଲାଙ୍ଗିର ସାଂସଦ ସଙ୍ଗୀତା ସିଂ ଦେଓ, ବଲାଙ୍ଗିର ବିଧାୟକ କଲିକେଶ ସିଂ ଦେଓ, ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଗୌରୱ ଶିୱାଜୀ ଇସଲୱାର, ଆରକ୍ଷୀ ଅଧିକ୍ଷକ ଖିଲାରୀ ରିଷିକେଶ ଦ୍ୟାନଦେଓ, ଅତିରିକ୍ତ ଜିଲ୍ଲାପାଳ ଡ଼. ବିଜୟାନନ୍ଦ ସେଠୀ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ପବିତ୍ର ବେହେରା, ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ପ୍ରଭାତ କୁମାର ମହାପାତ୍ର, ଡି ଏଫ୍ ଓ ସୁଦର୍ଶନ ବେହେରା , ସିଡିଏମଓ ଡ଼. ପ୍ରଦୀପ କୁମାର ଗୁରୁଙ୍କ ସମେତ ସମସ୍ତ ଅଧିକାରୀ ଉପସ୍ଥିତ ଥିଲେ । ଏହି ବୈଠକରେ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂଦେଓ ବଲାଙ୍ଗିରରେ କୃଷିବିଶ୍ୱବିଦ୍ୟାଳୟ ସ୍ଥାପନ, ଦେଓଗାଁ ଚିନିକଳ ପୁନଃକାର୍ଯ୍ୟକ୍ଷମ କରିବା, ଧନକିନାରେ ସ୍ୱଚ୍ଛତା ଇତ୍ୟାଦି ବିଷୟରେ ଉପମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । 

LEAVE A REPLY

Please enter your comment!
Please enter your name here