ଟିଟିଲାଗଡ଼ରେ ବିଜେପି ଯୁବନେତାଙ୍କୁ ଆକ୍ରମଣ

0
78

ଟିଟିଲାଗଡ଼ (ଜେଏନ୍ଏସ୍), ଫେସବୁକରେ କମେଣ୍ଟକୁ ନେଇ ସ୍ଥାନୀୟ ବିଜେପି ଯୁବନେତା ବିଜୟ ମେହେରଙ୍କ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ ସର୍ଗିଗୁଡ଼ା ମେହେର ପଡ଼ା ନିବାସୀ ବିଜୟ ମେହେର ରବିବାର ସକାଳ ପ୍ରାୟ ୮ ଟା ସମୟରେ ପେଟ୍ରୋଲପମ୍ପ ଛକ ସ୍ଥିତ ଏକ ଚାହା ଦୋକାନରେ ଚାହା ପିଉଥିବା ସମୟରେ ୱାର୍ଡ ନଂ ୧୧ ନିବାସୀ କୁନା ଭାଟି ଫେସବୁକ୍ କମେଣ୍ଟକୁ ନେଇ ତାଙ୍କୁ ଅଶାଳୀନ ଭାଷାରେ ଗାଳି କରିଥିଲେ । ଏଥିସହ ଶ୍ରୀ ମେହେରଙ୍କୁ ଜାତିଆଣଭାବ ଜନିତ ଆକ୍ଷେପ କରି ତାଙ୍କ ମୁହଁ ଉପରକୁ ଗରମ ଚାହା ଫିଙ୍ଗି ଦେଇଥିଲେ । ବିଜୟଙ୍କ ସାଥୀମାନେ ତୁରନ୍ତ ତାଙ୍କୁ ନିକଟରେ ଥିବା ଏକ ସେଲୁନ ଭିତରକୁ ନେଇ ମୁହଁ ଧୋଇବାକୁ କହିଥିଲେ । ସେହିସମୟରେ ପୁଣି କୁନା ବିଜୟକୁ ଆକ୍ରମଣ କରିବାକୁ ସେଲୁନରେ ପଶିଥିଲେ। ନିଜ କିଛି ସାଥୀଙ୍କ ସହ ବିଜୟ ସ୍ଥାନୀୟ ଥାନାକୁ ଯାଇ ଲିଖିତ ଅଭିଯୋଗ କରିଥିଲେ ।ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ଥାନାଧିକାରୀ ଅବନୀ ସାହୁ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here