ସମର୍ଥକଙ୍କ ସହ ପଦ୍ମ ଧରିଲେ ବ୍ଲକ ଅଧ୍ୟକ୍ଷା ସଂଯୁକ୍ତା ନାଏକ

0
42

ଟିଟିଲାଗଡ଼,୧୦.୦୪.୨୦୨୫(ଜେଏନଏସ), ଟିଟିଲାଗଡ଼ ବ୍ଲକ ଅଧ୍ୟକ୍ଷା ସଂଯୁକ୍ତା ନାୟକ ନିଜ ସମର୍ଥକଙ୍କ ସହ ବିଜେପିରେ ସାମିଲ ହୋଇଛନ୍ତି । ସ୍ଥାନୀୟ ବିଜେପି କାର୍ଯ୍ୟାଳୟ ପରିସରରେ ବୁଧବାର ଆୟୋଜିତ ମିଶ୍ରଣ ପର୍ବରେ ବିଧାୟକ ନବୀନ ଜୈନ ଓ ପୌର ଅଧ୍ୟକ୍ଷା ମମତାଦେବୀ ଜୈନଙ୍କ ଉପସ୍ଥିତିରେ ସଂଯୁକ୍ତା ନିଜ ସମର୍ଥକ ସମିତି ସଭ୍ୟମାନଙ୍କ ସହ ବିଜେପିରେ ଯୋଗଦେଇଛନ୍ତି । ପ୍ରକାଶ ଯୋଗ୍ୟ ଯେ, ବିଜେଡି ଜିଲ୍ଲା ସଭାପତି ତଥା ପୂର୍ବତନ ମନ୍ତ୍ରୀ ଟୁକୁନି ସାହୁଙ୍କ ଏକାନ୍ତ ଅନୁଗତ ଥିବା ଶ୍ରୀମତୀ ନାୟକ କିଛିଦିନ ପୂର୍ବରୁ ନିଜ ନାଁ ରେ ରାସନ କାର୍ଡ ଥିବା ନେଇ ବିବାଦରେ ଛନ୍ଦି ହୋଇ ପଡ଼ିଥିଲେ । ବର୍ତ୍ତମାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ତଥା ଟିଟିଲାଗଡ଼ ବ୍ଲକରେ ଜାରି ରହିଥିବା ବିଧାୟକଙ୍କ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ସହାୟକ ହୋଇ ଅଞ୍ଚଳର ବିକାଶକୁ ତ୍ଵରାନିତ କରିବାପାଇଁ ସେ ନିଜ ସମର୍ଥକଙ୍କ ସହ ବିଜେପିରେ ଯୋଗଦେଇଥିବା ନେଇ ଉଲ୍ଲେଖ କରିଛନ୍ତି । ଏହି ମିଶ୍ରଣ ପର୍ବରେ ବ୍ଲକ ଅଧ୍ୟକ୍ଷାଙ୍କ ସହ ସମିତି ସଭ୍ୟ ସିମାଞ୍ଚଳ ବେନୁଆ, ସଞ୍ଜୟ ଜାନି, ଚମ୍ପା ମହାନନ୍ଦ, ବୈଦେହି ମହାନନ୍ଦ, ଭାଗ୍ୟଲତା ବେହେରା, ସୁରଭି ସୁନା ପ୍ରମୁଖ ମଧ୍ୟ ବିଜେପିରେ ଯୋଗ ଦେଇଥିଲେ। ବିଧାୟକ ଓ ପୌର ଅଧ୍ୟକ୍ଷା ପୁଷ୍ପଗୁଚ୍ଛ ଓ ଦଳୀୟ ଉତ୍ତରୀୟ ଦେଇ ସମସ୍ତଙ୍କୁ ଦଳକୁ ସ୍ଵାଗତ କରିଥିଲେ । କାର୍ଯ୍ୟକ୍ରମରେ ବିଜେପି ନେତା ଶୁଭ୍ରାଂଶୁ ଦାସ, ପ୍ରଦୀପ ସାହୁ, ପ୍ରମୋଦ ସରାଫ, ଅଶ୍ଵିନୀ ସାହୁ, ସଞ୍ଜୟ ତ୍ରିପାଠୀ ପ୍ରମୁଖଙ୍କ ସହ ବହୁ ଦଳୀୟ ନେତା ଓ କର୍ମୀ ଉପସ୍ଥିତ ଥିଲେ । 

LEAVE A REPLY

Please enter your comment!
Please enter your name here