ବ୍ଲକସ୍ତରୀୟ ଅନ୍ତର୍ଜାତୀୟ ସାକ୍ଷରତା ଦିବସ

0
85

ସଇଁତଳା,୧୩/୦୯,(ଜେଏନଏସ), ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଲକସ୍ତରୀୟ ଅନ୍ତର୍ଜାତୀୟ ସାକ୍ଷରତା ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟ ପରିସରରୁ ଛାତ୍ରଛାତ୍ରୀମାନେ ଏକ ସଚେତନତା ଶୋଭାଯାତ୍ରାରେ ବାହାରି ନଗର ପରିକ୍ରମା କରିଥିଲେ । ବ୍ଲକ ଶିକ୍ଷା ଅଧିକାରୀ ଗୋବର୍ଦ୍ଧନ ଭୋଇଙ୍କ ଅଧ୍ୟକ୍ଷତାରେ  ଆୟୋଜିତ ସଭାରେରେ ବ୍ଲକ ଉପାଧ୍ୟକ୍ଷ ଗୁଣସାଗର ମାଝୀ ମୁଖ୍ୟ ଅତିଥି, ଅତିରିକ୍ତ ଶିକ୍ଷା ଅଧିକାରୀ ନରେନ୍ଦ୍ର ସାହୁ, ସିଡିପିଓ ଗୋଲାପୀ ନାଏକ, ବିଆରସିସି ନାରାୟଣ ଭୋଇ ଏବଂ ଓଡ଼ିଶା ସାମ୍ବାଦିକ ସଂଘ ଜିଲ୍ଲା ସଭାପତି ପ୍ରମୋଦ ସେଲମା ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ଶିକ୍ଷାର ଆବଶ୍ୟକତା ଓ ଜୀବନର ପ୍ରତେକ ସୋପାନରେ ଏହାର ଆବଶ୍ୟକତା ସମ୍ଵନ୍ଧରେ ଅତିଥିବୃନ୍ଦ ଆଲୋକପାତ କରିଥିଲେ । ସିଆରସିସି ମନ୍ଦର ଦୀପ ସଭା ପରିଚାଳନା କରିଥିବାବେଳେ ହରେକୃଷ୍ଣ ନାଗ ଧନ୍ୟବାଦ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସିଆରସିସି ଶେଷଦେବ ପ୍ରଧାନ, ଉପେନ୍ଦ୍ର ବେହେରା, ଚିନ୍ତାମଣି ସାହୁ, ପର୍ଶୁରାମ ମୁଣ୍ଡା, ଟିକେଶ୍ଵର ଭୋଇ, ପ୍ରମୋଦ ବୁଡ଼େକ, ଶମ୍ଭୁ ପ୍ରସାଦ ନାଏକ, ଉପେନ୍ଦ୍ର ନନ୍ଦ, ବିନୋଦ ନାଗ, ପ୍ରଦୀପ ନାଗ, ହିମାଂଶୁ ବେହେରା, ଲବ ଦଣ୍ଡସେନା ପ୍ରମୁଖ ଉପସ୍ଥିତ ଥିଲେ।  

LEAVE A REPLY

Please enter your comment!
Please enter your name here