ବ୍ଲକ ସ୍ତରୀୟ ଛାତ୍ରକ୍ଲବ ସାହିତ୍ୟ ସୃଜନୀ ଶିକ୍ଷକ ତାଲିମ କାର୍ଯ୍ୟକ୍ରମ

0
58

ଟିଟିଲାଗଡ଼,୦୨/୦୭ (ଜେଏନ୍ଏସ୍), ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ ନାରେନ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ ତିନି ଦିନିଆ “ସାହିତ୍ୟ ସୃଜନୀ” ଶିକ୍ଷକ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ‘ମୋ ସ୍କୁଲ ଅଭିଯାନ’ ପରିଚାଳନା ସଂଗଠକ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଆନୁକୂଲ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଟିଟିଲାଗଡ଼ ଅତିରିକ୍ତ ଜିଲ୍ଲାପାଳ ଚନ୍ଦ୍ରକାନ୍ତ ଦେହୁରୀ ମୁଖ୍ୟ ଅତିଥି, ଗୋଷ୍ଠୀ ଶିକ୍ଷା ଅଧିକାରୀ ଆର୍ତ୍ତତ୍ରାଣ ରଥ ସମ୍ମାନିତ ଅତିଥି ଏବଂ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୋବର୍ଦ୍ଧନ ସାହୁ ମୁଖ୍ୟ ବକ୍ତା ଭାବରେ ଯୋଗଦେଇ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ।ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଧରଣୀଧର ବେହେରା ଆୟୋଜିତ ସଭାର ସଭାପତିତ୍ଵ କରିଥିବା ବେଳେ ପ୍ରଶିକ୍ଷକ ହେମନ୍ତ ବେମାଳ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ସଇଁତଳା ଓ ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ ୬୧ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଏହି ତାଲିମ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି । ବିଦ୍ୟାଳୟର ବଳରାମ ସାହୁ, ଫକୀରମୋହନ ସାହୁ, ରମେଶ ପଟେଲ, ପ୍ରେମରାଜ ନାୟକ, ବନମାଳୀ ସ୍ୱାଇଁ, ସୁଗ୍ରୀ ରଣା, ବିରଞ୍ଚି ଆଡଜୁଆଡ଼, ଭାରତୀ ଭୋଇ, ରାଜକୁମାର ବଗର୍ତ୍ତି ପ୍ରମୁଖ କାର୍ଯ୍ୟକ୍ରମ ସଫଳ ହେବାରେ ସହଯୋଗ କରିଥିଲେ । ପ୍ରଶିକ୍ଷିକା ସୁନିତା ମେହେର କାର୍ଯ୍ୟକ୍ରମ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here