ଟିଟିଲାଗଡ଼ରେ ରକ୍ତଦାନ ଶିବିର

0
81

ଟିଟିଲାଗଡ଼,୧୫/୧୧,(ଜେଏନ୍ଏସ୍) ଟିଟିଲାଗଡ଼ ସହରର ବିଭିନ୍ନ ସାମାଜିକ ଅନୁଷ୍ଠାନ ପକ୍ଷରୁ ସ୍ଥାନୀୟ ମହାବୀର ପଞ୍ଚାୟତ ଧର୍ମଶାଳା ପରିସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ନବୀନ ଜୈନ ମୁଖ୍ୟଅତିଥି, ପୌରପରିଷଦ ଅଧ୍ୟକ୍ଷା ମମତାଦେବୀ ଜୈନ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ଏନ୍.ସି.ସି. କମେଣ୍ଡେସନ ତଥା ରକ୍ତଦାତା ପଙ୍କଜ ନାମଦେବଙ୍କ କନ୍ୟା ହଂସିକାଙ୍କ ଦ୍ଵିତୀୟ ଜନ୍ମ ଦିବସ ଅବସରରେ ଉଦ୍ଧିଷ୍ଟ ଏହି ରକ୍ତଦାନ ଶିବିରରେ ପଶ୍ଚିମ ଓଡ଼ିଶା ମାରୱାଡି ଯୁବା ମଞ୍ଚ, ବଲାଙ୍ଗିର ବିଙ୍ଗ ହ୍ୟୁମେନ ଫାଉଣ୍ଡେସନ, ଟିଟିଲାଗଡ଼ ଲାୟନ୍ସ କ୍ଳବ, ଟ୍ରିଜ, ଏମାଜିନ ଟିଟିଲାଗଡ଼ ପ୍ରମୁଖ ସାମାଜିକ ଅନୁଷ୍ଠାନ ଅଂଶ ଗ୍ରହଣ କରିଥିଲେ । ଏହି ଶିବିରରେ ସମୁଦାୟ ୩୫ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଦୀପକ ପୃଷ୍ଟି, ଗଙ୍ଗାଧର ଶର୍ମା, ଆଵାସ ଖାନ, ସୋମନାଥ ମିଶ୍ର, ବି ଡେଭିଡ, ଅଜିତ ପତି, ଆନନ୍ଦ ଜୈନ, ନିହାର ରଞ୍ଜନ ପାଣ୍ଡିଆ, ସନ୍ତୋଷ ମହାନ୍ତି, ଅମ୍ଲାନ ଷଡ଼ଙ୍ଗୀ, ସୁଧୀର ମେହେର, ଅଜିତ ପାତ୍ର, କୁମାର ଗୌରବ ରଥ ପ୍ରମୁଖ ଉପସ୍ଥିତ ଥିଲେ । ରକ୍ତଭଣ୍ଡାର କର୍ମଚାରୀ ଗଜେନ୍ଦ୍ର ନାଥ ରାଉତ, ଜିତୁ ପଣ୍ଡା, ଜୟରାମ ମଛଖଣ୍ଡ ରକ୍ତ ସଂଗ୍ରହ କରିଥିଲେ । 

LEAVE A REPLY

Please enter your comment!
Please enter your name here