ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ରକ୍ତଦାନ ଶିବିର

0
24

ଟିଟିଲାଗଡ଼,୧୬/୦୬/୨୦୨୫(ଜେ.ଏନ୍.ଏସ୍.), ସ୍ଥାନୀୟ ମହାବୀର ପଞ୍ଚାୟତ ଧର୍ମଶାଳା ପରିସରରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓଙ୍କ ଜନ୍ମ ଦିବସ ଅବସରରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ଯୁବମୋର୍ଚ୍ଚା ସଂଯୋଜକ ନରସିଙ୍ଗ ସିଂଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ସାଂସଦଙ୍କ ପ୍ରତିନିଧି ମୁକେଶ ଜୈନ ମୁଖ୍ୟଅତିଥି, ତେରାପନ୍ଥ ସମାଜ ରାଜ୍ୟ ସମ୍ପାଦକ ସୁଦର୍ଶନ ଜୈନ, ସଙ୍ଗଠନ ମନ୍ତ୍ରୀ ସୁନୀଲ ଜୈନ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଶିବିରକୁ ଉଦଘାଟନ କରିବା ସହ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ ।ଯୁବମୋର୍ଚ୍ଚା ପକ୍ଷରୁ ଉପମୁଖ୍ୟ ମନ୍ତ୍ରୀଙ୍କ ଦୀର୍ଘାୟୁ କାମନା କରାଯାଇଥିଲା । ଶିବିରରେ ସମୁଦାୟ ୩୨ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ରକ୍ତ ସଂଗ୍ରହରେ ରକ୍ତଭଣ୍ଡାର କର୍ମଚାରୀ ସହଯୋଗ କରିଥିଲେ । ଯୁବମୋର୍ଚ୍ଚା ସଦସ୍ୟ ଧର୍ମୁ ଛତର, ବିଶ୍ଵନାଥ ଛତ୍ରିଆ, ସୋହେଲ ଖାନ, ଲାବଣ୍ୟ ନାୟକ, କମଳାକାନ୍ତ ଗହିର, କୈଳାସ ବାଗ, ଯଶୋବନ୍ତ ପାଣିଗ୍ରାହୀ ପ୍ରମୁଖ ଶିବିର ପରିଚାଳନା ରେ ସହଯୋଗ କରିଥିଲେ। 

LEAVE A REPLY

Please enter your comment!
Please enter your name here