ଟିଟିଲାଗଡ,୨୦/୩(ଜେ.ଏନ୍.ଏସ୍),ଟିଟିଲାଗଡ଼ ସମାଜ କଲ୍ୟାଣ ପରିଷଦ ପରିସରରେ ଅଗ୍ରଣୀ ବେସରକାରୀ ଅନୁଷ୍ଠାନ ସାଇ.ଟି.ଆଇ ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଡ଼. ପ୍ରକାଶ ମହାନ୍ତି ମୁଖ୍ୟଅତିଥି ଭାବରେ ଯୋଗଦେଇ ଶିବିରକୁ ଉଦଘାଟନ କରିଥିଲେ। ରକ୍ତଦାନ ପ୍ରତି ସଚେତନତା ସୃଷ୍ଟିକରିବା ତଥା ଟିଟିଲାଗଡ଼ ରକ୍ତଭଣ୍ଡାରରେ ଲାଗି ରହିଥିବା ରକ୍ତ ଅଭାବକୁ ଦୂର କରିବା ଉଦ୍ଦେଶ୍ୟ ନେଇ ଶିବିର ଆୟୋଜିତ ହୋଇଥିବା ଆୟୋଜକଙ୍କ ପକ୍ଷରୁ ଉଲ୍ଲେଖ କରାଯାଇଛି। ଶିବିରରେ ୧୨ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ଶିବିର ପରିଚାଳନାରେ ଅନୁଷ୍ଠାନର କର୍ମକର୍ତ୍ତା ସୁନିତା କୁମ୍ଭାର, ଅରୁଣ ଜ୍ୟୋତିଷ, ଜୟନ୍ତ ମାଝୀ, କ୍ରିଷ୍ଣା ମଛଖଣ୍ଡ, ଜଳନ୍ଧର ଦୀପ, ବନିତା ଛୁରା, ପ୍ରକାଶ ସରାଫ, ପ୍ରମୋଦ ବଳିଆର ସିଂ, ଡା. ଓମକାର ହୋତା ପ୍ରମୁଖ ସହଯୋଗ କରିଥିଲେ।