ରେଳ ଧାରଣାରୁ ଅଜଣା ଯୁବକଙ୍କ ଶବ ଉଦ୍ଧାର

0
157

ଟିଟିଲାଗଡ଼,୨୯/୦୬/୨୦୨୫(ଜେ.ଏନ୍.ଏସ୍.),ଟିଟିଲାଗଡ଼ ଜି.ଆର୍.ପି. ପକ୍ଷରୁ ଶନିବାର ଏକ ଅଜଣା ଯୁବକର ଶବ ଜବତ ହୋଇଛି । ସୂଚନା ଅନୁଯାୟୀ କେସିଙ୍ଗା ସ୍ଥିତ ରେଳୟାର୍ଡ ନିକଟ ମାଇଲଖୁଣ୍ଟ ୨୧୫/୪୦ ନିକଟସ୍ଥ ରେଳଧାରଣାରେ ଜଣେ ଯୁବକ ମାଲବାହୀ ଟ୍ରେନରେ କଟି ମୃତ୍ୟୁବରଣ କରିଥିବା ସ୍ଥାନୀୟ ଷ୍ଟେସନ ମାଷ୍ଟର ପୁଲିସକୁ ସୂଚନା ଦେଇଥିଲେ । ସୂଚନା ପାଇ ଜି.ଆର୍.ପି. ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ କରାଇଥିଲେ । ମୃତକଙ୍କ ପରିଚୟ ମିଳିପାରି ନ ଥିବା ବେଳେ ମୃତଦେହକୁ ଶବ ସଂରକ୍ଷିତ ଗୃହରେ ୭୨ ଘଣ୍ଟା ଯାଏ ରଖାଯାଇଥିବା ଏବଂ ତଦନ୍ତ ଜାରି ରହିଥିବା ଥାନା ଅଧିକାରୀ ବିନୟ ଭୋଇ ସୂଚନା ଦେଇଛନ୍ତି । 

LEAVE A REPLY

Please enter your comment!
Please enter your name here