ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର

0
37

ଟିଟିଲାଗଡ଼,୦୫.୦୪.୨୦୨୫(ଜେ.ଏନ୍.ଏସ୍.),ଟିଟିଲାଗଡ଼ ପୁଲିସ ଗୁରୁବାର ଅପରାହ୍ନରେ ସହରର ଓଭର ବ୍ରିଜ ନିକଟରୁ ଜଣେ ଅଜଣା ଯୁବକର ମୃତଦେହ ଉଦ୍ଧାର କରିଥିବା ସୂଚନା ମିଳିଛି । ମୃତ ଯୁବକଙ୍କ ଆନୁମାନିକ ବୟସ ୩୦ରୁ ୩୫ ବର୍ଷ ମଧ୍ୟରେ ହୋଇଥିବା ବେଳେ ମୃତକଙ୍କ ଫଟୋ ସାର୍ବଜନୀନ କରି ପରିଚୟ ଠାବ କରିବାକୁ ପୁଲିସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି । ଘଟଣାକୁ ନେଇ ଟିଟିଲାଗଡ଼ ପୁଲିସ  ୟୁ. ଡି. କେସ ନଂ ୧୧/୨୫ ଅନ୍ତର୍ଗତ ଏକ ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଛି । ଏଥିସହ କୌଣସି ବ୍ୟକ୍ତି ନିଖୋଜ ଥିବା ନେଇ କିଛି ସୂଚନା ଥିଲେ ଟିଟିଲାଗଡ଼ ଥାନାକୁ ଜଣାଇବାକୁ ଥାନା ଅଧିକାରୀ କଲ୍ୟାଣୀ ବେହେରା ଅନୁରୋଧ କରିଛନ୍ତି । 

LEAVE A REPLY

Please enter your comment!
Please enter your name here