ରାଜ୍ୟ ସ୍ତରୀୟ ସୂର୍ଯ୍ୟମଣି ପାଢ଼ୀ ମେମୋରିଆଲ ବଡି ଵିଲ୍ଡିଂ ଚମ୍ପିୟାନସିପ୍ ଉଦଘାଟିତ

ଟିଟିଲାଗଡ,୨୭/୦୨(ଜେଏନ୍ଏସ),ସ୍ଥାନୀୟ ସରକାରୀ ବାଳକ ହାଇସ୍କୁଲ ଖେଳ ପଡିଆ ଠାରେ ଶୁକ୍ରବାର ସନ୍ଧ୍ୟା ରେ ଦ୍ୱୀ ଦିବସୀୟ ରାଜ୍ୟ ସ୍ତରୀୟ ସୂର୍ଯ୍ୟମଣି ପାଢ଼ୀ ମେମୋରିଆଲ ବଡି ବିଲ୍ଡିଂ ଚାମ୍ପିୟନସିପ ଉଦଘାଟିତ ହୋଇଛି।ଟିଟିଲାଗଡ ସହୀଦ ଜିମ୍ନେସିୟମ ପକ୍ଷରୁ ଆୟୋଜିତ ଏବଂ ଓମଭେଲି ସ୍କୁଲ ପକ୍ଷରୁ ପ୍ରାୟୋଜିତ ଏହି କାର୍ଯ୍ୟକ୍ରମ ର ଉଦଘାଟନୀ ଉତ୍ସବରେ ସ୍ଥାନୀୟ ବିଧାୟକ ନବୀନ ଜୈନ ମୁଖ୍ୟଅତିଥି, ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ,ଉପଜିଲ୍ଲାପାଳ ପଦ୍ମନାଭ ସାମନ୍ତରାୟ,ଏସଡିପିଓ ଯଶୋବନ୍ତ ନାରାୟଣ ପ୍ରଧାନୀ,ଓଡ଼ିଶା ବଡି ବିଲ୍ଦିଂ ଆସୋସିଏସନ୍ ର ସମ୍ପାଦକ ପ୍ରସନ୍ନ ମହାସୁଆର,ସହ ସମ୍ପାଦକ ପ୍ରଫୁଲ୍ଲ ଚନ୍ଦ୍ର ଗୁରୁ, ଉପସଭାପତି ତରୁଣ ଚଟର୍ଜୀ,ଉପଦେଷ୍ଟା ଇଶ୍ୱରୀ ପ୍ରସାଦ ବ୍ରହ୍ମା,ସହୀଦ ଜିମ୍ନେସିୟମ ସଭାପତି ରବି କିରଣ ସ୍ୱାଇଁ, ଉପଦେଷ୍ଟା କମ୍ବୁପାଣୀ ପାଢ଼ୀ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଖେଳାଳି ଙ୍କୁ ଉତ୍ସାହିତ କରିଥିଲେ।ଟିଟିଲାଗଡ ମାଟି ବିଭିନ୍ନ କ୍ଷେତ୍ର ରେ ବହୁ ପ୍ରତିଭା ସୃଷ୍ଟି କରିଥିବା ଏବଂ ସେମାନେ ଜାତୀୟ ସ୍ତରରେ କୀର୍ତ୍ତି ହାସଲ କରି ଏଇ ମାଟି କୁ ଗୌରବନିତ୍ଵ କରିଥିବା ମୁଖ୍ୟ ଅତିଥି ଶ୍ରୀ ଜୈନ ଉଲ୍ଲେଖ କରିଥିଲେ। ଅନୁଷ୍ଠାନ ର ସମ୍ପାଦକ ସନତ ପାଢ଼ୀ ସଭା ପରିଚାଳନା କରିଥିଲେ।ଏହି ଅବସରରେ ଅନୁଷ୍ଠାନ ର ଉପଦେଷ୍ଟା କମ୍ବୁ ପାଣି ପାଢ଼ୀ,ବିଭାଷ ଚନ୍ଦ୍ର କୁଣ୍ଡୁ ଓ ୪ ଥର ଉତ୍କଳ ଶ୍ରୀ ବିଜେତା କ୍ରୀଡାବିତ୍ ସନ୍ତୋଷ ମହାନ୍ତି ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ପ୍ରତିଯୋଗିତାରେ ରାଜ୍ୟ ର ବିଭିନ୍ନ ଜିଲ୍ଲାରୁ ୨୦୦ ଖେଳାଳୀ ଅଂଶ ଗ୍ରହଣ କରିଥିବା ଏବଂ ୫୦ କେଜି ରୁ ଆରମ୍ଭ କରି ପ୍ରତି ୫ କେଜି ଭିନ୍ନତା ରେ ୧୦ ଟି ଓଜନ ଶ୍ରେଣୀ ରହିଛି।ସେହିପରି ୧୬୫ ସେମି ଉଚ୍ଚତା ଅନ୍ତର୍ଗତ ଓ ଉର୍ଦ୍ଧରେ ଦୁଇଟି ଉଚ୍ଚତା ଶ୍ରେଣୀ ସହ ୪୫ ବର୍ଷ ଉର୍ଦ୍ଧ ସ୍ଵତନ୍ତ୍ର ବିଭାଗ ଏବଂ ମହିଳା ବିଭାଗ ରେ ଗୋଟିଏ ଶ୍ରେଣୀ ରହିଛି। ବିଜେତା ଙ୍କୁ ଉତ୍କଳ ଶ୍ରୀ ଟ୍ରଫି ପ୍ରଦାନ ସହ ସମ୍ବର୍ଦ୍ଧିତ କରାଯିବା ନେଇ ଆୟୋଜକ ଙ୍କ ପକ୍ଷରୁ ସୂଚନା ଦିଆଯାଇଛି।କାର୍ଯ୍ୟକ୍ରମରେ ସହୀଦ ଜିମ୍ନେସିୟମ ର ସମସ୍ତ ସଦସ୍ୟ ଙ୍କ ସହ ବହୁ କ୍ରୀଡ଼ାପ୍ରେମୀ ଉପସ୍ଥିତ ଥିଲେ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe
- Advertisement -spot_img

Latest Articles