ଦଶ ଦିନ ଧରି ବିଏସଏନ୍ଏଲ ସେବା ଠପ୍,ଉପଭୋକ୍ତା ହନ୍ତସନ୍ତ

ଟିଟିଲାଗଡ,୧୭/୧୨(ଜେଏନ୍ଏସ), ଟିଟିଲାଗଡ ବ୍ଲକ ଅନ୍ତର୍ଗତ ନାରେନ୍ ପଞ୍ଚାୟତରେ ୧୦ ଦିନ ରୁ ଉର୍ଦ୍ଧ୍ବ ଧରି ବିଏସଏନ୍ଏଲ ସେବା ଠପ୍ ହୋଇପଡ଼ିବା ଯୋଗୁଁ ଗ୍ରାହକ ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳିଛି।ସରକାରୀ ଉଦ୍ୟୋଗ ଭାରତ ସଂଚାର ନିଗମ ଲିମିଟେଡ଼ ଗ୍ରାହାକ ଙ୍କୁ ଉତ୍କୃଷ୍ଟ ସେବା ଯୋଗାଇବାରେ କ୍ରମାଗତ ଭାବରେ ବ୍ୟତିକ୍ରମ ଘଟୁଥିବା ଯୋଗୁଁ ଉପଭୋକ୍ତାଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି।ସୂଚନା ଅନୁଯାୟୀ ଖୋଲାନ ଠାରେ ଥିବା ବିଭାଗର ନିଜସ୍ଵ ଟ୍ରାନସଫର୍ମର ପୋଡ଼ି ଯାଇଥିବା ଓ ଘଟଣା କୁ ୧୦ ଦିନ ରୁ ଉର୍ଦ୍ଧ୍ବ ବିତିଯାଇଥିଲେ ମଧ୍ୟ ବିଭାଗୀୟ ଅବହେଳା ଯୋଗୁଁ ଏହି ପଞ୍ଚାୟତ ଅନ୍ତର୍ଗତ ୫୦୦ ରୁ ଉର୍ଦ୍ଧ ଗ୍ରାହକ ମୋବାଇଲ ସେବା ରୁ ବଞ୍ଚିତ ରହିଛନ୍ତି।ମୋବାଇଲ ଟାୱାର ନ ଆସିବା ଯୋଗୁଁ ବିଭିନ୍ନ ସରକାରୀ ଯୋଜନା ର ଓଟିପି ପ୍ରଦାନ କରିବାରେ ହିତାଧିକାରୀ ବିଫଳ ହେଉଥିବା ଦେଖାଯାଉଛି।ସେହିପରି ଏଥିଯୋଗୁଁ ଏନ୍ ଜି ଆର ଇ ଜି ଏ ଟଙ୍କା ହିତାଧିକାରୀ ଙ୍କୁ ପ୍ରଦାନ କରାଯାଇ ପାରୁ ନ ଥିବା,ବ୍ୟାଙ୍କ୍ ସେବା ରେ ବ୍ୟାଘାତ ସୃଷ୍ଟି ହୋଇଥିବା ନେଇ ଅଭିଯୋଗ ହୋଇଛି। ଘଟଣା କୁ ନେଇ ନିଗମ ର ସହକାରୀ ମହାପ୍ରବନ୍ଧକ ତରଣି ପ୍ରସାଦ ତ୍ରିପାଠୀ ଙ୍କ ଦୃଷ୍ଟି ଆକର୍ଷଣ କରାଯିବାରୁ ସେ ଏ ସଂପର୍କ ରେ ଟାଟା ପାୱାର କୌଣସି ସହଯୋଗ କରୁ ବା ଥିବା ଏବଂ ସମ୍ବଲପୁର ରୁ ନୂଆ ଟ୍ରାନସଫର୍ମର ଓ କେବୁଲ ଅଣା ଯାଇ ଲଗାଯାଉଥିବା ଯୋଗୁଁ ବିଳମ୍ବ ଘଟିଥିବା ପ୍ରକାଶ କରିଥିଲେ।ତେବେ ଘରୋଇ କମ୍ପାନୀ ତୁଳନାରେ ଶସ୍ତା ହୋଇଥିଲେ ମଧ୍ୟ ସେବା ପ୍ରଦାନ ରେ ବାରମ୍ବାର ବ୍ୟାଘାତ ଯୋଗୁଁ ଉପଭୋକ୍ତା ସରକାରୀ ଉଦ୍ୟୋଗ ବିଏସ ଏନଏଲ ପ୍ରତି ବିମୁଖ ହେଉଥିବା ଦେଖିବାକୁ ମିଳିଛି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe
- Advertisement -spot_img

Latest Articles