ଟିଟିଲାଗଡ,୧୩/୨(ଜେଏନଏସ),ଟିଟିଲାଗଡ ର ଐତିହ୍ୟ ସମ୍ପନ୍ନ ମହା ଶିବରାତ୍ରୀ ମେଳା ଆରମ୍ଭ ର ଦିନକ ପୂର୍ବରୁ ପ୍ରସିଦ୍ଧ ପୌରାଣିକ ତୀର୍ଥ କ୍ଷେତ୍ର ହରିଶଙ୍କର କୁ ବସ ସେବା ଆରମ୍ଭ ହୋଇଛି।ସ୍ଥାନୀୟ ବିଧାୟକ ନବୀନ ଜୈନ ଙ୍କ ଉଦ୍ୟମରେ ରାଜ୍ୟ ସରକାର ସ୍ୱଳ୍ପ ମୂଲ୍ୟ ରେ ବସ ସେବା ଆରମ୍ଭ କରି ସହର ବାସୀ ଙ୍କୁ ମହାଶିବରାତ୍ରୀ ଭେଟି ଦେଇଛନ୍ତି।ନୂତନ ବସଷ୍ଟାଣ୍ଡ ପରିସରରୁ ଶୁକ୍ରବାର ସକାଳୁ ବିଧାୟକ ଶ୍ରୀ ଜୈନ ଓ ପୌରଅଧ୍ୟକ୍ଷା ମମତା ଦେବୀ ଜୈନ ସବୁଜ ପତାକା ଦେଖାଇ ଏହି ସେବା ର ଶୁଭ ଉଦଘାଟନ କରିଥିଲେ।ସୂଚନା ଅନୁଯାୟୀ ବସ ଟି ଦୈନିକ ସକାଳ ୬ ଘଣ୍ଟା ରେ ଟିଟିଲାଗଡରୁବେଲଗାଁ,ସଇଁତଳା,କୁମ୍ଭାରୀ,ଟିକ୍ରାପଡ଼ା ଧୁମାଭଟ୍ଟା, ପାଟଣାଗଡ଼, ଯୋଗିମୁଣ୍ଡା, ଖପ୍ରାଖୋଲ ଦେଇ ହରିଶଙ୍କର ରେ ପହଞ୍ଚିବ।ସେହିପରି ହରିଶଙ୍କର ରୁ ୩ .୧୦ ଘଣ୍ଟା ରେ ବାହାରି ଅନୁରୂପ ଭାବରେ ଟିଟିଲାଗଡ ଫେରିବ।ଟିଟିଲାଗଡ ରୁ ହରିଶଙ୍କର ଯାତ୍ରା ମଧ୍ୟରେ ସମୁଦାୟ ୨୦ ଟି ଷ୍ଟପେଜ ନିର୍ଦ୍ଧାରିତ କରାଯାଇଛି।ଏହି ବସ ଯାତ୍ରାରେ ପୁରୁଷ ଯାତ୍ରୀ ଙ୍କ ପାଇଁ ଟିକେଟ ମୂଲ୍ୟ ୧୦୦ ଟଙ୍କା ଓ ମହିଳା ପାଇଁ ୫୦ ଟଙ୍କା ନିର୍ଦ୍ଧାରିତ କରାଯାଇଛି।ବିଧାୟକ ଶ୍ରୀ ଜୈନ ପୂଜାର୍ଚ୍ଚନା ପରେ ନିଜେ କିଛି ସମୟ ବସ ଚଳାଇ ଉପସ୍ଥିତ ଜନସାଧାରଣ ଙ୍କୁ ଉତ୍ସାହିତ କରିଥିଲେ।ଏହି ସେବା କୁ ନେଇ ଯାତ୍ରୀ ତଥା ଭକ୍ତ ମହଲରେ ପ୍ରବଳ ଉଲ୍ଲାସ ଦେଖାଦେଇଥିବା ବେଳେ ବିଧାୟକ ଟିଟିଲାଗଡ ନିର୍ବାଚନ ମଣ୍ଡଳୀ ବାସୀ ଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିଛନ୍ତି।


