କ୍ୟାନସର ସଚେତନା ଓ ଅକ୍ସିଜେନ୍ ଥେରାପି ଶିବିର ଉଦଯାପିତ

0
196

ଟିଟିଲାଗଡ଼,୦୬/୦୭ (ଜେଏନ୍ଏସ୍), ସ୍ଥାନୀୟ ଜୈନ ଭବନ ପରିସରରେ ତେରାପନ୍ଥ ମହିଳା ମଣ୍ଡଳ ପକ୍ଷରୁ ଆୟୋଜିତ ଦ୍ୱି-ଦିବସୀୟ କ୍ୟାନସର ସଚେତନତା ଓ ଅକ୍ସିଜେନ୍ ଥେରାପି ଶିବିର ଉଦଯାପିତ ହୋଇଯାଇଛି । ଶିବିରର ଉଦଘାଟନ ଉତ୍ସବରେ ସ୍ଥାନୀୟ ବିଧାୟକ ନବୀନ ଜୈନ ମୁଖ୍ୟ ଅତିଥି ଏବଂ ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ଡାକ୍ତର ଘନଶ୍ୟାମ ଜୈନ, ବରିଷ୍ଠ ଅଧିବକ୍ତା ମାଣିକଚନ୍ଦ ଜୈନ, ଡ଼. ଓମ ପ୍ରକାଶ ଜୈନ, ଯୋଗ ପ୍ରଶିକ୍ଷକ ଅଜିତ ମିଶ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ମହିଳା ମଣ୍ଡଳର ଉଦ୍ୟମକୁ ଭୂୟସୀ ପ୍ରଶଂସା କରିଥିଲେ । ଆୟୋଜିତ ଶିବିରରେ ୧୬୦ ଜଣ ରୋଗୀଙ୍କୁ ଚିକିତ୍ସିତ କରାଯାଇଥିଲା । କେସିଙ୍ଗା, କଣ୍ଟାବାଞ୍ଜି, ବେଲଗାଁ, ସିନ୍ଧେକେଲା ଆଦି ଅଞ୍ଚଳରୁ ବହୁ ପୁରୁଷ ଓ ମହିଳା ଯୋଗଦେଇ ଶିବିରରେ ଚିକିତ୍ସିତ ହୋଇଥିଲେ । ଉଦଯାପନୀ ଉତ୍ସବରେ ମହିଳା ମଣ୍ଡଳ ପକ୍ଷରୁ ଶିବିରରେ ଚିକିତ୍ସା ସେବା ଯୋଗାଇଥିବା ଡାକ୍ତର ଅଜିତ ମିଶ୍ର, ଡ. ପଞ୍ଚାନନ ବିଦ୍ୟା ଓ ଡ. ସାଇମନ ନନ୍ଦ ସିଂଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ମହିଳା ମଣ୍ଡଳ ଅଧ୍ୟକ୍ଷା ବବିତା ଜୈନ, ସଚିବ ଦୀପିକା ଜୈନ, ଉପାଧ୍ୟକ୍ଷ ଭାବନା ଜୈନ, କୋଷାଧ୍ୟକ୍ଷ ପୂଜା ଜୈନ, ବିନ୍ଦିଆ ଜୈନ ପ୍ରମୁଖ ଶିବିର ପରିଚାଳନା କରିଥିଲେ । 

LEAVE A REPLY

Please enter your comment!
Please enter your name here