ଟିଟିଲାଗଡ଼ ରେ ସ୍ୱାୟତ୍ତ ଶାସନ ଦିବସ ପାଳିତ

ଟିଟିଲାଗଡ,୩୧/୦୮(ଜେଏନଏସ),ଟିଟିଲାଗଡ ପୌର ପରିଷଦ ପକ୍ଷରୁ ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି।ଏହି ଅବସରରେ ସହର ମଧ୍ୟରେ ପ୍ରାତଃ ରାମଧୁନ ପରିବେଷଣ କରାଯିବାସହ ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରାଯାଇଥିଲା।ପୌର ଅଧ୍ୟକ୍ଷା ମମତା ଦେବୀ ଜୈନ ରାଜକନ୍ୱାର ପାର୍କ ପରିସରରେ ପୌର କର୍ମଚାରୀ ଙ୍କ ଗହଣ ରେ ପତାକା ଉତ୍ତୋଳନ କରିଥିଲେ।ଏହି ପରିପ୍ରେକ୍ଷୀରେ ପୌରନିର୍ବାହୀ ଅଧିକାରୀ ଚନ୍ଦନ ଶତପଥୀ ଙ୍କ ସଂଯୋଜନା ରେ ପୌର କଲ୍ୟାଣ ମଣ୍ଡପ ପରିସରରେ ଆୟୋଜିତ ସାଧାରଣ ସଭାରେ ସ୍ଥାନୀୟ ବିଧାୟକ ନବୀନ ଜୈନ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସହରବାସୀ ଙ୍କୁ ଏହି ଦିବସ ର ଶୁଭେଚ୍ଛା ଜ୍ଞାପନ କରିଥିଲେ।ସାଧାରଣ ଲୋକଙ୍କ ହାତରେ ଶାସନ ବ୍ୟବସ୍ଥା ଦେବା ଏବଂ ବିକାଶ କୁ ସରଳିକରଣ କରିବା ଉଦ୍ଦେଶ୍ୟ ନେଇ ସ୍ୱାୟତ୍ତ ଶାସନ ବ୍ୟବସ୍ଥାର ପରିକଳ୍ପନା କରାଯାଇଛି।ଏହା ଦ୍ଵାରା କ୍ଷମତା ର ଗଣତାନ୍ତ୍ରିକ ବିକେନ୍ଦ୍ରୀକରଣ ସମ୍ଭବପର ହୋଇପାରିଛି ବୋଲି ମୁଖ୍ୟ ଅତିଥି ବିଧାୟକ ଶ୍ରୀ ଜୈନ ଉଲ୍ଲେଖ କରିଥିଲେ।ଏହି ଅବସରରେ ୬୭ ଜଣ ହିତାଧିକାରୀ ଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟାଦେଶ,୨୬ ମହିଳା ଗୋଷ୍ଠୀ ଙ୍କୁ ମିଶନ ଶକ୍ତି ହାଟ ର ଷ୍ଟଲ ବଣ୍ଟନ ଏବଂ ୪ ଜଣ ଙ୍କୁ ପ୍ରଧାନମନ୍ତ୍ରୀ ମାଇକ୍ରୋ ଫୁଡ୍ ପ୍ରୋସେସିଙ୍ଗ ୟୁନିଟ ଯୋଜନା ଅନ୍ତର୍ଗତ ରିହାତି ଋଣ ପ୍ରଦାନ କରାଯାଇଥିଲା।କାର୍ଯ୍ୟକ୍ରମରେ ଉପସ୍ଥିତ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe
- Advertisement -spot_img

Latest Articles