ପିଏମଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ର ବାର୍ଷିକ ସମାରୋହ

ଟିଟିଲାଗଡ,୩୧/୧(ଜେଏନଏସ),ଗୋଳାବାରୁଦ କାରଖାନା ବଡ଼ମାଳ ପିଏମ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ -୧ ର ବାର୍ଷିକ ସମାରୋହ ଓ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି।କାର୍ଯ୍ୟକ୍ରମରେ ଗୋଳାବାରୁଦ କାରଖାନା ମୁଖ୍ୟ ପ୍ରବନ୍ଧକ ପି.ଏଲ୍.ବି ଶେଖର ମୁଖ୍ୟଅତିଥି,ପ୍ରବନ୍ଧକ ବିଭୂତି ଭୂଷଣ ପଟେଲ ଓ ବିଦ୍ୟାଳୟ ଅଧ୍ୟକ୍ଷ ରୋହିତ ଚୌଧୁରୀ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ମଞ୍ଚାସିନ ଥିଲେ।ଶିକ୍ଷକ ଆଶୁତୋଷ ପଣ୍ଡା ଓ ନୂତନ ସିଂ ମଞ୍ଚ ପରିଚାଳନା କରିଥିଲେ।ଗୁଣାତ୍ମକ ଶିକ୍ଷା ପ୍ରଦାନ କ୍ଷେତ୍ରରେ ବିଦ୍ୟାଳୟ ଉଲ୍ଲେଖନୀୟ ଭୂମିକା ତୁଲାଇଥିବା ଅତିଥି ବୃନ୍ଦ ଉଲ୍ଲେଖ କରିଥିଲେ।ଏହି ଅବସରରେ କୃତ୍ତି ଛାତ୍ରଛାତ୍ରୀ,ଶିକ୍ଷକ,ଶିକ୍ଷୟିତ୍ରୀ ଏବଂ ଆଲୁମନି ଙ୍କୁ ମେମେଣ୍ଟୋ ପ୍ରଦାନ ସହ ସମ୍ବର୍ଦ୍ଧିତ କରାଯାଇଥିଲା।କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷକ ଆଲୋକ ପଣ୍ଡା,କାର୍ତ୍ତିକ ସୁନା, ସହୋଗ ବିଶି ପ୍ରମୁଖ ଙ୍କ ସହ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ,କର୍ମଚାରୀ,ଛାତ୍ର ଛାତ୍ରୀ ଓ ଅଭିଭାବକ ଉପସ୍ଥିତ ଥିଲେ।ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe
- Advertisement -spot_img

Latest Articles