ଟିଟଲାଗଡ କେନ୍ଦ୍ରୀୟ ବିଦ୍ୟାଳୟ ରେ ବିଦ୍ୟା ପ୍ରବେଶ ଉତ୍ସବ

0
95

ଟିଟିଲାଗଡ,୧୮/୮(ଜେଏନଏସ),ଟିଟିଲାଗଡ ନୂତନ କେନ୍ଦ୍ରୀୟ ବିଦ୍ୟାଳୟ ରେ ସୋମବାର ବିଦ୍ୟାପ୍ରବେଶ ଉତ୍ସବ ପାଳନ ସହ ଶିକ୍ଷାଦାନର ଶୁଭାରମ୍ଭ ଆନୁଷ୍ଠାନିକ ଭାବେ ହୋଇଯାଇଛି।ଆୟୋଜିତ ଉତ୍ସବରେ ବିଦ୍ୟାଳୟ ପ୍ରବନ୍ଧନ ସମିତିର ମନୋନୀତ ଅଧ୍ୟକ୍ଷ ଅଶୋକ କୁମାର ସାହୁ,ଅତିରିକ୍ତ ଜିଲ୍ଲାପାଳ ସନ୍ଦୀପ ଚନ୍ଦ୍ରାକର,ବଲାଙ୍ଗୀର ଲୋକସଭା ସାଂସଦ ଙ୍କ ପ୍ରତିନିଧି ପ୍ରଶାନ୍ତ ଷଡ଼ଙ୍ଗୀ,ବିଜେପି ନଗର ସଭାପତି ସୁନିଲ ଆଚାର୍ଯ୍ୟ,ଧବଳେଶ୍ଵର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜାହାଙ୍ଗୀର ରାଜହଂସ ପ୍ରମୁଖ ଅତିଥି ଭାବରେ ଯୋଗଦେଇ ଛାତ୍ର ଛାତ୍ରୀ ଙ୍କୁ ଉତ୍ସାହିତ କରିଥିଲେ।ବିଦ୍ୟାଳୟର ଅଧ୍ୟକ୍ଷ ପର୍ଶୁରାମ ପଧାନ ସ୍ଵାଗତ ଅଭିଭାଷଣ ପ୍ରଦାନ କରିଥିଲେ।ଅତିଥି ବୃନ୍ଦ ନବାଗତ ଛାତ୍ରଛାତ୍ରୀ ଙ୍କୁ ଚକୋଲେଟ ପ୍ରଦାନ କରିବା ସହ ସ୍ଵାଗତ କରିଥିଲେ।କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷକ ହେମନ୍ତ କନହେର,ସୁନିଲ ଭୋଇ ପ୍ରମୁଖ ଙ୍କ ସହ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ,ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here