ନୈତିକ ଶିକ୍ଷା ଓ ସୃଜନଶୀଳତାର ବିକାଶରେ ଶିଶୁ

0
39

ଟିଟିଲାଗଡ଼,୦୯/୦୩/୨୦୨୫,(ଜେଏନ୍ଏସ୍) :ଟିଟିଲାଗଡ଼ ବ୍ଳକସ୍ଥିତ ଶଗଡଘାଟ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସରରେ ଶ୍ରୀମତୀ ସୁନୀତା ମେହେରଙ୍କ ଅଧ୍ୟକ୍ଷତାରେ ନୈତିକ ଶିକ୍ଷା ଓ ସୃଜନଶୀଳତାର ବିକାଶରେ ଶିଶୁର ଭୂମିକାକୁ ନେଇ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ସୋଇଥିଲା । ଶିକ୍ଷକ ଦିବ୍ୟରଞନ ପଣ୍ଡାଙ୍କ ଦ୍ଵାରା ପରିଚାଳିତ ସଭାରେ ମୁଖ୍ୟଅତିଥି ଭାବରେ କେନ୍ଦ୍ର ବାଳ ସାହିତ୍ୟ ପୁରସ୍କାର ପ୍ରାପ୍ତ ଶିଶୁ ସାହିତ୍ୟିକ ଡକ୍ଟର ଯୁଗଳ କିଶୋର ଷଡ଼ଙ୍ଗୀ ଏବଂ ମୁଖ୍ୟବକ୍ତା ଭାବରେ ଶିଶୁ ସାହିତ୍ୟିକ ଜ୍ୟୋତି ପ୍ରକାଶ ଗଡ଼ତ୍ୟା ଯୋଗଦାନ କରିଥିଲେ । ଭାରତ ଏକ ସଂସ୍କୃତି ସମ୍ପନ୍ନ ଦେଶ, ତେଣୁ ଗଳ୍ପକଥନ ମାଧ୍ୟମରେ ନୈତିକ ଶିକ୍ଷା ପ୍ରଦାନ ଓ ସୃଜନଶୀଳତାର ବିକାଶ ପାଇଁ ନୂତନ ଶିକ୍ଷା ନୀତି ଆଧାରିତ ‘ସାହିତ୍ୟ ସୃଜନୀ ‘ କାର୍ଯ୍ୟକ୍ରମ ମାଧ୍ୟମରେ ଶିଶୁମାନଙ୍କ ପ୍ରତିଭାର ଉନ୍ମେଷ ଓ ବିକାଶ ଦିଗରେ ମଞ୍ଚାସୀନ ଅତିଥି ମତବ୍ୟକ୍ତ କରିଥିଲେ । କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସମସ୍ତ କର୍ମଚାରୀ ସମେତ ମାୟାଧର ଦଳେଇ, ମୋତିନ୍ଦୁ ଶେଖର ନାଏକ, ସୁଜାତା ହୋତା, ଅଞଳା ପରମଗୁରୁ ଆଦି ସହଯୋଗ କରିଥିଲେ । ପରିଶେଷରେ ଧନଞ୍ଜୟ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ଆଗାମୀ ସମୟରେ ଏକ ‘ପ୍ରାଚୀର ପତ୍ର’ ଉନ୍ମୋଚନର ଯୋଜନା ପ୍ରସ୍ତୁତ କରିଥିଲେ ।

LEAVE A REPLY

Please enter your comment!
Please enter your name here