ଚିନ୍ମୟ ବଗର୍ତ୍ତୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ

0
54

ଟିଟିଲାଗଡ଼,୨୧/୦୧/୨୦୨୫,(ଜେଏନ୍ଏସ୍), ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ ବିଜେପୁର ଜୟ ଜଗନ୍ନାଥ କ୍ରିକେଟ କମିଟି ପକ୍ଷରୁ ଆୟୋଜିତ ଚିନ୍ମୟ ବଗର୍ତ୍ତୀ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଉଦଯାପନୀ ଉତ୍ସବରେ ବିଜେଡି ନେତା ବିକାଶ ପାଣିଗ୍ରାହୀ ମୁଖ୍ୟଅତିଥି, ପିତାମ୍ବର ମାଝୀ, ଅଶୋକ ବଗର୍ତ୍ତୀ, ସୁବାଶ ମହାନନ୍ଦ, ଗତିକୃଷ୍ଣ ବଗର୍ତ୍ତୀ, ବିପିନ ପୃଷ୍ଟି, ବିରଞ୍ଚି ବେହେରା, କୁମାର ନନ୍ଦ ବଗର୍ତ୍ତୀ, ରମାକାନ୍ତ ପଣ୍ଡା, ରସାନନ୍ଦ ବଗର୍ତ୍ତୀ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଦେଇ ଖେଳାଳୀଙ୍କୁ ଉତ୍ସାହିତ କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟରେ ସମୁଦାୟ ୧୬ଟି  ଦଳ ଅଂଶ ଗ୍ରହଣ କରିଥିବା ବେଳେ ବେଲଗାଁ ଓ ମାଲିଝର ଦଳ ଫାଇନାଲକୁ ଉତ୍ତୀର୍ଣ୍ଣ ହୋଇଥିଲେ । ମାଲିଝର ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଧାରିତ ୧୦ ଓଭର ରେ ୧୧୫ ରନ ସଂଗ୍ରହ କରିଥିଲା । ବେଲଗାଁ ଦଳ ୯.୩ ଓଭରରେ ୫ ୱିକେଟ ହରାଇ ଏହି ଲକ୍ଷ୍ୟ ଅତିକ୍ରମ କରି ବିଜୟୀ ହୋଇଥିଲା । ଆୟୋଜକ କମିଟି ପକ୍ଷରୁ ବିଜୟୀ ଦଳକୁ ଟ୍ରଫି ସହ ୨୦ ହଜାର ଟଙ୍କା ଏବଂ ଉପବିଜେତା ଦଳକୁ ଟ୍ରଫି ସହ ୧୨ ହଜାର ଟଙ୍କା ପୁରସ୍କାର ରାଶି ଅତିଥିଙ୍କ ଦ୍ଵାରା ପ୍ରଦାନ କରାଯାଇଥିଲା । ଟୁର୍ଣ୍ଣାମେଣ୍ଟ ପରିଚାଳନାରେ ଶରତ ବଗର୍ତ୍ତୀ, ଅଜିତ ବଗର୍ତ୍ତୀ, ଅଜିତ ପୋଢ଼, ସୁଶିଲ ପୃଷ୍ଟି, ଜିତୁ ହରପାଲ, ଭୌତିକ ବଗର୍ତ୍ତୀ, ମୋହିତ ବଗର୍ତ୍ତୀ, ଆତ୍ମା ଛତ୍ରିଆ, ବଣ୍ଟି  ବାଗ,ଶିବ ନାରାୟଣ ବଗର୍ତ୍ତୀ, ଜନ୍ମ ପୋଢ଼, ବିକାଶ ବେହେରା, ସୁଶିଲ ବଗର୍ତ୍ତୀ, ବିକ୍ରମ ବଗର୍ତ୍ତୀ, ରାଜେଶ ବଗର୍ତ୍ତୀ, ଉଦିତ ବେହେରା, ସୌମ୍ୟ ବଗର୍ତ୍ତୀ, ଭାରତ ସାହୁ, ଭୋଦେବ ବଗର୍ତ୍ତୀ, ଅଭିଜିତ ମିଶ୍ର, ଖଗେଶ୍ଵର ବଗର୍ତ୍ତୀ ପ୍ରମୁଖଙ୍କ ସହ କମିଟି ସଦସ୍ୟମାନେ ସହଯୋଗ କରି ଥିଲେ ।

LEAVE A REPLY

Please enter your comment!
Please enter your name here