ଯୁକ୍ତ ଦୁଇ ପରୀକ୍ଷାରେ ଟପ୍ପର ହେଲେ ଡିଏଭି କଲେଜ ଛାତ୍ରୀ ତନୁଶ୍ରୀ

0
92

ଟିଟିଲାଗଡ଼,୨୮/୫ (ଜେଏନଏସ), ଓଡ଼ିଶା ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ଵାରା ପରିଚାଳିତ ଯୁକ୍ତ ଦୁଇ ବାର୍ଷିକ ପରୀକ୍ଷାରେ ଟିଟିଲାଗଡ଼ ଡିଏଭି କଲେଜର ଛାତ୍ରୀ ତନୁଶ୍ରୀ ମିଶ୍ର କଲେଜ ଟପ୍ପର ହୋଇଛନ୍ତି । ଡିଏଭି କଲେଜ କଳା ବିଭାଗର ଛାତ୍ରୀ ତନୁଶ୍ରୀ ସର୍ବାଧିକ ୫୩୩ ମାର୍କ (୮୮.୮୩%) ରଖି ଅନ୍ୟ ବିଜ୍ଞାନ ଓ ବାଣିଜ୍ୟ ବିଭାଗର ଛାତ୍ର ଛାତ୍ରୀଙ୍କ ଠାରୁ ଆଗରେ ରହିଛନ୍ତି । ତନୁଶ୍ରୀ ସ୍ଥାନୀୟ ହାଟପଦା,ବହିଦାର ପଡ଼ା ନିବାସୀ ଶୋଭାକର ମିଶ୍ର ଓ ଜନକସୂତା ମିଶ୍ରଙ୍କ ସୁପୁତ୍ରି ଅଟନ୍ତି । ଫଳାଫଳକୁ ନେଇ ଦିନକୁ ସେ ୧୩ ରୁ ୧୪ ଘଣ୍ଟା ପରିଶ୍ରମ କରୁଥିବା କହିଛନ୍ତି । ଆଗକୁ ୟୁପିଏସସି କରି ସିଭିଲ ସର୍ଭିସରେ ଯୋଗଦେବା ନେଇ ସେ ସୂଚନା ଦେଇଛନ୍ତି । ଏହି କୃତିତ୍ୱ ପାଇଁ ସହରର ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛା ପ୍ରଦାନ କରାଯାଇଛି।

LEAVE A REPLY

Please enter your comment!
Please enter your name here