ଟିଟିଲାଗଡ,୩୦/୧୦(ଜେଏନଏସ),ଟିଟିଲାଗଡ ବ୍ଲକ ଅନ୍ତର୍ଗତ ବିଜେପୁର ଆଞ୍ଚଳିକ ସାଧନ କେନ୍ଦ୍ରରେ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ସମର୍ପିତ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ସ୍ଵତନ୍ତ୍ର ଆଭିମୁଖ୍ୟ ସଭା ଅନୁଷ୍ଠିତ ହୋଇଯାଇଛି।ସଂଯୋଜକ ଗୋପାଳ ସିଂ ସୁନା ଙ୍କ ସଂଯୋଜନା ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଭିରାମ ମାଝୀ ମୁଖ୍ୟଅତିଥି,ସଂଯୋଜକ ଉମେଶ ଚନ୍ଦ୍ର ସାହୁ ଓ କିଶୋର ବଞ୍ଛୋର ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ସଂପୃକ୍ତ କାର୍ଯ୍ୟକ୍ରମ ସମ୍ଵନ୍ଧରେ ପ୍ରଶିକ୍ଷଣ କରିଥିଲେ।ଏହି ଅବସରରେ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ର ପ୍ରକଳ୍ପ ନିର୍ଦ୍ଦେଶିକା ଅନନ୍ୟା ଦାସ ଆଭାସି ମାଧ୍ୟମରେ ଯୋଗଦେଇ ପଠନ ପ୍ରୋତ୍ସାହନ ଅଭିଯାନ ର ତିନୋଟି ସ୍ତର ପଢ଼ିବା,ଗଢ଼ିବା ଓଡ଼ିଶା, ନିପୁଣ ବିଦ୍ୟାଳୟ ଓ ମାସିକ କ୍ଳଷ୍ଟର ସ୍ତରୀୟ ବୈଠକ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ।କାର୍ଯ୍ୟକ୍ରମରେ ବିଜେପୁର,ବାଞ୍ଜିପଦର ଓ ଲୁଥୁରବନ୍ଧ କ୍ଲଷ୍ଟର ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦେଇଥିଲେ।




