ଟିଟିଲାଗଡ ରେ ସାମୁହିକ ବ୍ରତୋପନୟନ

ଟିଟିଲାଗଡ,୧୨/୩(ଜେଏନଏସ),ଟିଟିଲାଗଡ ବ୍ରାହ୍ମଣ ସମାଜ ପକ୍ଷରୁ ସ୍ଥାନୀୟ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ସାମୁହିକ ବ୍ରତୋପନୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ବ୍ରାହ୍ମଣ ସମାଜ ପକ୍ଷରୁ ଦୀର୍ଘ ୧୮ ବର୍ଷ ଧରି ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଆସୁଥିବାବେଳେ ଚଳିତ ବର୍ଷ ୯ ଜଣ ବ୍ରହ୍ନଚାରୀ ଙ୍କ ବତୋପନୟନ କରାଯାଇଥିଲା।ବୁଧବାର ଚାରିକର୍ମ ଓ ଗୁରୁବାର ବ୍ରତୋପନୟନ ସମାପନ ହୋଇଥିବାବେଳେ ମନ୍ଦାରଧର ପଣ୍ଡା ମୁଖ୍ୟ ଆଚାର୍ଯ୍ୟ ଓ ଅଶୋକ ରଥ,ନେତ୍ରାନନ୍ଦ ମିଶ୍ର,ପ୍ରଫୁଲ୍ଲ ହୋତା, ଶୋଭାକର ପୁରୋହିତ,ପ୍ରଦୀପ ପାଢ଼ୀ, ଡୋଳାମଣି ମିଶ୍ର ପ୍ରମୁଖ ସହଯୋଗୀ ଆଚାର୍ଯ୍ୟ ଦାୟିତ୍ୱ ତୁଲାଇଥିଲେ।ସ୍ଥାନୀୟ ପୌରାଧ୍ୟକ୍ଷା ମମତା ଦେବୀ ଜୈନ କାର୍ଯ୍ୟକ୍ରମ ରେ ଯୋଗଦେଇ ନବ ବ୍ରହ୍ମଚାରୀ ଙ୍କୁ ଶୁଭାଶିଷ ପ୍ରଦାନ କରିଥିଲେ।ବ୍ରାହ୍ମଣ ସମାଜ ସଭାପତି ସୁବୋଧ ଦାଶ ଓ ସମ୍ପାଦକ ସତ୍ୟବ୍ରତ ପଣ୍ଡା ଙ୍କ ଦ୍ଵାରା ପରିଚାଳିତ ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରାଜେନ୍ଦ୍ର ନାରାୟଣ ମିଶ୍ର,ମାନସ ପାଣି,ରଞ୍ଜନ ଚାନ୍ଦ,ରାଜୀବ ଲୋଚନ ପାଢ଼ୀ,ବନମାଳୀ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe
- Advertisement -spot_img

Latest Articles