ସୌର ଚାଳିତ ପ୍ରାଥମିକ ଖାଦ୍ୟ ପ୍ରକ୍ରିୟାକରଣ କେନ୍ଦ୍ର କୁ ଜିଲ୍ଲାପାଳ ଙ୍କ ପରିଦର୍ଶନ

ଟିଟିଲାଗଡ,୧୫/୧୨(ଜେଏନଏସ),ଟିଟିଲାଗଡ ବ୍ଲକ ଅନ୍ତର୍ଗତ ମାଥନପଲା ଠାରେ ଥିବା ସୌର ଚାଳିତ ପ୍ରାଥମିକ ଖାଦ୍ୟ ପ୍ରକ୍ରିୟାକରଣ କେନ୍ଦ୍ର କୁ ସୋମବାର ବଲାଙ୍ଗୀର ଜିଲ୍ଲାପାଳ ଗୌରବ ଶିବାଜୀ ଇଶ୍ଳାବାର ସଂପୃକ୍ତ ବିଭାଗୀୟ ଅଧିକାରୀ ଙ୍କ ସହ ପରିଦର୍ଶନ ରେ ଆସିଥିଲେ।ସୌର ଚାଳିତ ଏହି ପ୍ରକଳ୍ପ ର ଉତ୍ପାଦନ ପ୍ରକ୍ରିୟା ଓ ଉତ୍ପାଦକ ଙ୍କ ଉଦ୍ୟମ କୁ ଜିଲ୍ଲାପାଳ ପ୍ରଶଂସା କରିଥିଲେ।ଏଥିସହ ଉତ୍ପାଦିତ ସାମଗ୍ରୀ କୁ ଭଲଭାବରେ ବ୍ରାଣ୍ଡିଂ କରି ବିପଣନ କରିବାକୁ ପରାମର୍ଶ ଦେଇଥିଲେ।ଜିଲ୍ଲାପାଳ ଙ୍କ ସହ ଏହି ଗସ୍ତ ରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଧୀରେନ୍ଦ୍ର ସିଂ ବରିହା,ଟିଟିଲାଗଡ କୃଷି ଅଧିକାରୀ ଧବଳେଶ୍ଵର ପ୍ରଧାନ,ରିତିକ ବରନ ରାୟ,ତରଣିସେନ ସୁନା,   ଆଶା ଅନୁଷ୍ଠାନ ର ସମ୍ପାଦକ ସଞ୍ଜୀବ ପଟ୍ଟନାୟକ,ଜାଡେନ ଅଧ୍ୟକ୍ଷା ମଧୁମିତା ପଟ୍ଟନାୟକ,ଗୋଷ୍ଠୀ ଉନ୍ନୟନ ଅଧିକାରୀ ଚନ୍ଦ୍ରମଣି ନାଗ,ରାଇଟ ଅଧ୍ୟକ୍ଷ ସୁଧାକର ନନ୍ଦ ପ୍ରମୁଖ ଙ୍କ ସହ ଆଶା ଅନୁଷ୍ଠାନ ର କର୍ମଚାରୀ ଉପସ୍ଥିତ ଥିଲେ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe
- Advertisement -spot_img

Latest Articles