ଆଦର୍ଶ ଶିକ୍ଷକ ଗୋପିନାଥ ପାଢ଼ୀଙ୍କ ବିୟୋଗରେ ଶୋକସଭା

0
85

ବଲାଙ୍ଗିର,୨୯/୦୮(ଜେଏନ୍ଏସ୍): ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ଅନ୍ତର୍ଗତ ମେଣ୍ଡା ଗ୍ରାମର ବାପୁଜୀ ସେବା ସଂଘ ପକ୍ଷରୁ ପ୍ରାକ୍ତନ ପ୍ରଧନ ଶିକ୍ଷକ ଗୋପିନାଥ ପାଢ଼ୀଙ୍କ ବିୟୋଗରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ଲୋକଗୀତ ଗବେଷକ କିର୍ତ୍ତନ ଦୀପ ଓ ସଂଘର ସଭାପତି ଲୋକନାଥ ବାଦୀଙ୍କ ତତ୍ତ୍ଵାବଧାନରେ ଆୟୋଜିତ ସଭାରେ ଉପସ୍ଥିତ ବକ୍ତାମାନେ ସ୍ୱର୍ଗତ ପାଢ଼ୀଙ୍କ ସ୍ମୃତି ଚାରଣ କରିଥିଲେ । ଶିକ୍ଷକତା ଜୀବନରେ ଦଳିତ ଅବହେଳିତ ନିଷ୍ପେସିତ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ପ୍ରଦାନରେ ସ୍ୱର୍ଗତ ପାଢ଼ୀ ପ୍ରାଥମିକତା ଦେବାସହ ଶିକ୍ଷାଦାନକୁ ଏକ ବ୍ରତ ଭାବରେ ଗ୍ରହଣ କରିଥିବା ବକ୍ତାମାନେ ପ୍ରକାଶ କରିଥିଲେ । ଦିନରାତି ଅକ୍ଳାନ୍ତ ପରିଶ୍ରମକରି ଓ ଶିକ୍ଷକତାକୁ ଦରମାର ପରିମାପରୁ ଵହୁ ଉର୍ଦ୍ଧକୁ ଉଠି, ଜୀବନର ପରମବ୍ରତ ରୂପେ ଗ୍ରହଣ କରିଥିଲେ । ଗବେଷକ ଦୀପ ସଭା ସଂଯୋଜନା କରିଥିବାବେଳେ ଅନ୍ୟମାନଙ୍କ ମଧ୍ୟରେ କପିଳ ନନ୍ଦ, ଗୁଣନିଧି ନାଗ, ଭାଗ୍ୟବତୀ ବାଦୀ, ଆନନ୍ଦ ନନ୍ଦ, ଧିରେନ୍ଦ୍ର ସୁନା, ବିବେକାନନ୍ଦ ହରିପାଲ ପ୍ରମୁଖଙ୍କ ସହ ସେବାସଂଘର ସଦସ୍ୟମାନେ ଉପସ୍ଥିତ ଥିଲେ । 

LEAVE A REPLY

Please enter your comment!
Please enter your name here