କଂଗ୍ରେସ ପକ୍ଷରୁ ଟିଟିଲାଗଡ଼ ବନ୍ଦ

0
30

ଟିଟିଲାଗଡ଼,୧୭/୦୭/୨୦୨୫(ଜେ.ଏନ୍.ଏସ୍.), ପ୍ରଦେଶ କଂଗ୍ରେସର ଓଡିଶା ବନ୍ଦ ଡାକରା କ୍ରମେ ଟିଟିଲାଗଡ଼ କଂଗ୍ରେସ ପକ୍ଷରୁ ବନ୍ଦ ପାଳନ କରାଯାଇଛି । ପୂର୍ବତନ ବିଧାୟକ ପ୍ରାର୍ଥୀ ବୀରେନ୍ଦ୍ର ବାଗ ଓ ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ସୁରଜ ବେହେରାଙ୍କ ନେତୃତ୍ୱରେ ସ୍ଥାନୀୟ ଦଳୀୟ ନେତା ଓ ବହୁ କଂଗ୍ରେସ କର୍ମୀ ବନ୍ଦ ପାଳନରେ ସାମିଲ ହୋଇଥିଲେ । ସହରର ପ୍ରମୁଖ ସ୍ଥାନ ଗୁଡିକରେ କଂଗ୍ରେସ କର୍ମୀ ରାସ୍ତା ଅବରୋଧ କରିବା ସହ ପିକେଟିଂ କରିଥିଲେ।ସହରର ମଧ୍ୟରେ ବନ୍ଦର ପ୍ରଭାବ ସମ୍ପୂର୍ଣ ଭାବରେ ଦେଖିବାକୁ ମିଳିଥିଲା । ସ୍କୁଲ, କଲେଜ, ବ୍ୟାଙ୍କ, ବୀମା କାର୍ଯ୍ୟାଳୟ ସହ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିଥିଲା।ବନ୍ଦ ପାଳନରେ ଦଳୀୟ ନେତା ଦେବାନନ୍ଦ ସାହୁ, ବିଚିତ୍ର ବାଗ, ରଞ୍ଜନ ଦାସ, ମହେଶ ରାଓ, ଅରୁଣ ହରପାଳ, ମଗନ ନାଗ, ଉତ୍ତମ ସୁନା, ନାରାୟଣ ନାଗ, ଲିଙ୍ଗ ସୁନା, ସୁବାସ ଛତର ପ୍ରମୁଖଙ୍କ ସହ ବହୁ କର୍ମୀ ଉପସ୍ଥିତ ଥିଲେ । ଆଇନ ଶୃଙ୍ଖଳା ସ୍ଥିତିକୁ ଦୃଷ୍ଟିରେ ରଖି ୩ ପ୍ଲାଟୁନ ପୁଲିସ ମୃତୟନ କରାଯାଇଥିଲା । ଭାରପ୍ରାପ୍ତ ମାଜିଷ୍ଟ୍ରେଟ ତହସିଲଦାର ସୁଭାଶିଷ ଶତପଥି, ଏସ୍.ଡ଼ି.ପି.ଓ ଯଶୋବନ୍ତ ପ୍ରଧାନି ଓ ଥାନାଧିକାରୀ କଲ୍ୟାଣୀ ବେହେରା ଉପସ୍ଥିତ ରହି ଆଇନଶୃଙ୍ଖଳା ସ୍ଥିତି ନିୟନ୍ତ୍ରଣ କରିଥିଲେ।

LEAVE A REPLY

Please enter your comment!
Please enter your name here