କଂଗ୍ରେସ ବିଧାୟକ ପ୍ରାର୍ଥୀଙ୍କ ଭୋଟ ପ୍ରଚାର

0
73

ଟିଟିଲାଗଡ଼,୧୭/୫ (ଜେଏନ୍ଏସ୍), ଟିଟିଲାଗଡ ସହର ରେ ନିର୍ବାଚନ ତାତି ପରିଲକ୍ଷିତ ହୋଇଛି। ବିଜେପି,ବିଜେଡି ସହ କଂଗ୍ରେସ ମଧ୍ୟ ନିର୍ବାଚନ ପ୍ରଚାର ପ୍ରସାର ଜୋର କରିଛି। କଂଗ୍ରେସ ପ୍ରାର୍ଥୀ ବିରେନ୍ଦ୍ର ବାଗ ରବିବାର ସଂଧ୍ୟାରେ ଶତାଧିକ ମହିଳା ଓ ପୁରୁଷ ସମର୍ଥକ ଙ୍କ ସହ ପଦଯାତ୍ରା ରେ ସହର ପରିକ୍ରମା କରି କଂଗ୍ରେସ ପାଇଁ ଭୋଟ ଭିକ୍ଷା କରିଛନ୍ତି ।

ନୂଆ ଓଡ଼ିଶା ଗଠନ ପାଇଁ କଂଗ୍ରେସ ର ଗ୍ୟାରେଣ୍ଟି କାର୍ଡ ଓ ଜନ କଲ୍ୟାଣ ଯୋଜନା ଉଲ୍ଲେଖ ଥିବା ଲିପ୍ଲେଟ ବାଣ୍ଟି ଥିଲେ।ଉଭୟ ବିଜେପି ଓ ବିଜେଡି ଟଙ୍କା ବଳରେ ନିର୍ବାଚନ ଲଢୁଥିବା ବେଳେ ସେ ଲୋକଙ୍କ ସେବା ଓ ଭଲ ପାଇବାକୁ ପାଥେୟ କରି ନିର୍ବାଚନ ମଇଦାନ ରେ ଓହ୍ଲାଇଥିବା କହିଛନ୍ତି।

LEAVE A REPLY

Please enter your comment!
Please enter your name here