ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ପରିସ୍ଥିତି କୁ ନେଇ କଂଗ୍ରେସ ର ସାମ୍ବାଦିକ ସମ୍ମିଳନୀ

ଟିଟିଲାଗଡ,୧୨/୧୦(ଜେଏନଏସ),ଟିଟିଲାଗଡ ସହର ରେ ଦିନକୁ ଦିନ ଆଇନ ଶୃଙ୍ଖଳା ସ୍ଥିତି ବିଗୁଡୁଥିବା ଏବଂ ସ୍ଥାନୀୟ ପୁଲିସ ପ୍ରଶାସନ ନୀରବଦ୍ରଷ୍ଟା ପାଲଟିଥିବା ନେଇ କଂଗ୍ରେସ ଅଭିଯୋଗ ଆଣିଛି।ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ କଂଗ୍ରେସ ପୂର୍ବତନ ବିଧାୟକ ପ୍ରାର୍ଥୀ ବିରେନ୍ଦ୍ର ବାଗ ଙ୍କ ନେତୃତ୍ୱରେ ଆହୁତ ସାମ୍ବାଦିକ ସମ୍ମିଳନୀ ରେ ସିଧାସଳଖ ଶାସକ ଦଳ ବିଜେପି କୁ ଟାର୍ଗେଟ କରାଯାଇଛି।ବିଜେପି ସରକାର ରେ ଟିଟିଲାଗଡ ସହରରେ ଅରାଜକତା ବୃଦ୍ଧି ପାଇଥିବାବେଳେ ସହରବାସୀ ଙ୍କ ସୁରକ୍ଷା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।ବିଜେପି ଦଳର ଆଗଧାଡି ର କର୍ମୀ ତଥା ସ୍ଥାନୀୟ ବିଧାୟକ ଙ୍କ ଅନୁଗତ ଥିବା ଅଙ୍କୁର ଅଗ୍ରୱାଲ ସହରର ହୋଟେଲ ମାଲିକ ଙ୍କୁ ହତ୍ୟା ଉଦ୍ୟମ ଘଟଣା ର ମାଷ୍ଟର ମାଇଣ୍ଡ ସହ ଅନ୍ୟ ଅଭିଯୁକ୍ତ ଗିରଫ ହୋଇଛନ୍ତି।ଏହି ଘଟଣା ପରେ ସହରର ଆଇନ ଶୃଙ୍ଖଳା ସ୍ଥିତି ବିଗୁଡ଼ୁଥିବା ଦେଖିବାକୁ ମିଳିଛି।ସେହିପରି ପୁଲିସ ଅବହେଳା ଯୋଗୁଁ ସହରରେ ନିଶା କାରବାର,ରାହାଜାନୀ,ଡକାୟତି,ନାରୀ ନିର୍ଯ୍ୟାତନା,ହତ୍ୟା ଆଦି ଘଟଣା ବୃଦ୍ଧି ପାଇଛି।ଟିଟିଲାଗଡ ରାଜ୍ୟର ଏକ ପ୍ରମୁଖ ଜଙ୍କସନ ହୋଇଥିବା ବେଳେ ସହରରେ ଅନୁପ୍ରବେଶ କାରୀ ଙ୍କ ସଂଖ୍ୟା ମଧ୍ୟ ଅନାୟାସ ରେ ବୃଦ୍ଧି ପାଉଛି।ସ୍ଥାନୀୟ ପ୍ରଶାସନ ଏଥିପ୍ରତି ଦୃଷ୍ଟିଦେଇ ଯଥାଶୀଘ୍ର ପଦକ୍ଷେପ ଗ୍ରହଣ ନ କଲେ କଂଗ୍ରେସ ଦଳ ରାଜରାସ୍ତା କୁ ଓହ୍ଲାଇବା ନେଇ ଚେତାବନୀ ଦେଇଛି।ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପିସିସି ସଭ୍ୟ ସୁମନ୍ତ ବେହେରା,ବ୍ଲକ ସଂଯୋଜକ ସୁବାସ ଭୋଇ, ଜୟସିଂ ତାଣ୍ଡି,ସୁବାସ ଛତର,ଲାଲୁ କୁମ୍ଭାର, ପିନାୟକ ସାହୁ,ଛନ୍ଦା କଟା,ହେମନ୍ତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।



Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe
- Advertisement -spot_img

Latest Articles