ଟିଟିଲାଗଡ଼,୫/୨(ଜେଏନଏସ),କେନ୍ଦ୍ର ସରକାର ମନରେଗା ଯୋଜନା ର ନାମ ହଟାଇ ବିଭି-ଜି-ରାମ-ଜି ଯୋଜନା ପ୍ରଣୟନ କରିଥିବା ବେଳେ ଏହାକୁ ନେଇ କଂଗ୍ରେସ ପକ୍ଷରୁ ଦେଶ ବ୍ୟାପି ମନରେଗା ବଞ୍ଚାଅ ବିକ୍ଷୋଭ ଜାରି ରହିଛି।ଏହି ପରିପ୍ରେକ୍ଷୀରେ ରାଜ୍ୟ ସଭାପତି ଭକ୍ତ ଚରଣ ଦାସ ଙ୍କ ନିର୍ଦେଶ କ୍ରମେ ଗୁରୁବାର ବ୍ଲକ ସଭାପତି ମଗନ୍ ସୁନା ଙ୍କ ନେତୃତ୍ୱରେ କଂଗ୍ରେସ ଦଳ ପକ୍ଷରୁ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ପ୍ରଦର୍ଶନ କରାଯାଇଛି।ପୂର୍ବ ଭଳି ମନରେଗା ଯୋଜନା ଲାଗୁ କରିବା ସହ ଭି ବି ଜି ରାମ ଜି କୁ ପ୍ରତ୍ୟାହାର କରିବାକୁ କଂଗ୍ରେସ ଦଳ ଦାବୀ କରିଛି।ସେହିପରି ଟାଟା ପାୱାର ର ସ୍ମାର୍ଟ ମିଟର ଓ ଦୁଇ ଚକିଆ ଯାନବାହାନ ଉପରେ ପ୍ରଦୂଷଣ ପ୍ରମାଣପତ୍ର ନାମରେ ଟଙ୍କା ଆଦାୟ କୁ ବନ୍ଦ କରାଯିବା ନେଇ ଦଳ ପକ୍ଷରୁ ଦାବୀ କରାଯାଇଛି।କାର୍ଯ୍ୟକ୍ରମରେ କଂଗ୍ରେସ ନେତା ବୀରେନ୍ଦ୍ର ବାଗ,ଜିଲ୍ଲା ଏସ ସି ଏସ ଟି ସେଲ ଅଧ୍ୟକ୍ଷ ଡମ୍ବରୁଧର ଛତ୍ରିଆ,ନଗର ସଭାପତି ରଞ୍ଜନ ଦାଶ, ଜିଲ୍ଲା ସମ୍ପାଦକ ଶିବ ପ୍ରସାଦ ପରିଡା ପ୍ରମୁଖ ଙ୍କ ସହ ଶତାଧିକ କର୍ମୀ ଉପସ୍ଥିତ ଥିଲେ।


